ଚିତ୍ରକୋଣ୍ଡାରେ ଗଂଜେଇ ଚାଷକୁ ବିରୋଧ କରି ମାଓ ପୋଷ୍ଟର

Published By : Prameya-News7 Bureau | August 13, 2018 IST

ମାଲକାନଗିରି ୧୩/୮ : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୦ ନମ୍ବର ଛକରେ ଥିବା ସ୍କୁଲ କାନ୍ଥରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ଗଂଜେଇ ଚାଷକୁ ବିରୋଧ କରିଛନ୍ତି ନକ୍ସଲ ପନ୍ଥୀ । ଦିନେ ଏହି ପାପଲୁର, କୁର୍ମାନୁର, ଓ କପାତୁଟି ଭଳିଆ ପଂଚାୟତ ଗୁଡିକ ଗଂଜେଇ ମାଫିଆଙ୍କ ପେଣ୍ଠସ୍ଥଳି ଭାବେ ଖ୍ୟାତି ଅର୍ଜନ କରିଥିଲା । ଗଂଜେଇ ମାଫିଆଙ୍କ ଚରାଭୂଇଁ ପାଲଟି ଯାଇଥିଲା ଏହି ଅବହେଳିତ ପଂଚାୟତ ଗୁଡିକ । କିନ୍ତୁ ଆଜି ସମ୍ପୂର୍ଣ ଭାବେ ବିରୋଧ କରି ପୋଷ୍ଟର ମାରିଲେ ନକ୍ସଲପନ୍ଥୀ । ପୋଲିସ ଗଂଜେଇ ମାଫିଆ ଓ ଗାଞ୍ଜା ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଗଂଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିଲେ । ଜ଼ୀଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଥାନା ଓ ଅବକାରୀ ବିଭାଗ ସମସ୍ତେ ମିଳିମିଶି ମାଫିଆ ଙ୍କ ଠାରୁ ଲାଞ୍ଚ ନେଇ ଗଂଜେଇ ଚାଷ ଓ ବିକ୍ରୟ୍ କୁ ପ୍ରୋତ୍ସାହନ ଦେଉଛନ୍ତି। ଗଂଜେଇ ଚାଷ କୁ ବନ୍ଧ କରି ଧାନ, ମାଣ୍ଡିଆ,ସୁଆଁ ଚାଷ କରିବାକୁ ପୋଷ୍ଟର ରେ ଲେଖିଛନ୍ତି c.p.i ମାଓ ପାର୍ଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.