Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ନିୟମଗିରିରେ ମାଓ ପୋଷ୍ଟର ଓ ବ୍ୟାନର, ୨ରୁ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ

29/11/2021 at 9:29 AM

ରାୟଗଡ଼ା ୨୯।୧୧: ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର । ଆସନ୍ତା ଡିସେମ୍ବର ମାସରେ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ସୁରକ୍ଷାବାହିନୀ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ରାୟଗଡ଼ା ଜିଲ୍ଲା ପାରସାଲି ପଞ୍ଚାୟତର ବିଭିନ୍ନ ଗାଁରେ ଏହି ପୋଷ୍ଟର ଓ ବ୍ୟାନର ମରାଯାଇଛି । ପୋଷ୍ଟରରେ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ଉଲ୍ଲେଖ ରହିଛି । ତେବେ  ନିୟମଗିରି ପାହାଡରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ମାଓବାଦୀଙ୍କ ଏହି ବ୍ୟାନର ଓ ପୋଷ୍ଟର ସେମାନଙ୍କ ଭିତରେ ଭୟ ସୃଷ୍ଟି କରିଛି। ବ୍ୟାନର ଓ ପୋଷ୍ଟରରେ ଯୁବକ ଯୁବତୀ ମାନେ ପିଏଲଜିଏ ରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ।

ଏଥିସହ ଜଳ, ଜମି ଓ ଜଙ୍ଗଲ ପାଇଁ ଏକତ୍ରିତ ହେବା ପାଇଁ କୁହାଯାଇଛି। ଏହା ନଜରକୁ ଆସିବା ପରେ କଲ୍ୟାଣସିଂହପୁର ଠାରେ ଥିବା ସିଆରପିଏଫ ଯବାନ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

   Related Posts