Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନୂତନ ସିଆରପିଏଫ୍‌ କ୍ୟାମ୍ପକୁ ବିରୋଧ, ପୁଣି ଲାଗିଲା ମାଓ ପୋଷ୍ଟର

13/09/2021 at 11:22 AM

ମୁନିଗୁଡ଼ା ୧୩।୦୯: ପୁଣି ଲାଗିଲା ମାଓ ବ୍ୟାନର । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ମାଓବାଦୀଙ୍କ ପକ୍ଷରୁ ଏକ ବ୍ୟାନର ଲାଗିଥିବାର ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜିଲାନ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଛି ।

ପୋଷ୍ଟରରେ ଉଲ୍ଲେଖ ରହିଛି ଯେ,  କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ ସରକାର ଘରୋଇ କମ୍ପାନୀ ହାତକୁ ଟେକିଦେବା ପାଇଁ ଯୋଜନା କରୁଛନ୍ତି । ସେହିପରି ଜଗଦଲପୁର ନିକଟରେ ନୁତନ ଭାବେ ସିଆରପିଏଫ୍‌ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇଛି । ଏହି ବ୍ୟାନରକୁ ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି ତରଫରୁ  ଲଗାଯାଇଥିବା ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ ଯେ,  ୨ବର୍ଷ ତଳେ ଶରଧାପୁର ଠାରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମ ବେଳେ ମାଓବାଦୀ ମାନେ ଜେସିବି, ଟ୍ରାକ୍ଟର , ହିଟାଚି ପୋଡି ଦେଇଥିଲେ  । ସେହି କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ ଦିଆଯିବ ନାହିଁ ବୋଲି ପୋଷ୍ଟର ମାଧ୍ୟମରେ ଉଲେଖ କରିଥିଲେ । ଆଉ ଏବେ ପୁଣି ଥରେ ଏହାକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।

   Related Posts