Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଲ୍ୟାଣସିଂହପୁର ଅଞ୍ଚଳରେ ପୋଷ୍ଟର ଲଗାଇଲେ ମାଓବାଦୀ

14/08/2018 at 7:10 AM

ରାୟଗଡା ୧୪/୮ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରେ ମାଓବାଦୀ ଲଗାଇଛନ୍ତି ପୋଷ୍ଟର । ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଆସନ୍ତାକାଲି ପାଳନ ହେବାକୁ ଥିବା ସ୍ବାଧିନତା ଦିବସକୁ କଳା ଦିବସ ଭାବରେ ପାଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ସେହିପରି ଗଣତନ୍ତ୍ର ଦିବସ ଏକ ନାଟକବାଜି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

   Related Posts