Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଲକାନଗିରିରେ ମାଓ ହିଂସା: ଠିକା କମ୍ପାନୀର ସୁପରଭାଇଜରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

12/03/2019 at 10:37 AM

ମାଲକାନଗିରି ୧୨/୩ : ମାଲକାନଗିରିରେ ଦେଖିବାକୁ ମିଳିଛି ମାଓ ହିଂସା | ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ମାଲକାନଗିରି ଜିଲ୍ଲାରେ ମାଓ ହିଂସା ଦେଖିବାକୁ ମିଳିଛି | ଠିକା କମ୍ପାନୀର ସୁପରଭାଇଜରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ | ଏହାସହ ଠିକା କମ୍ପାନୀର ୬ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି | ଘଟଣାସ୍ଥଳରେ ଗୋଟିଏ ହାଇୱା ଟିପ୍ପର ଓ ଗୋଟିଏ ଜେସିବିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି |

ସାଲିନି ଥାନା ଅନ୍ତର୍ଗତ ତେମୁରୁପାଲି ଠାରୁ କୁକୁରକୁଣ୍ଡ ଚାଲିଥିବା ରାସ୍ତା କାମକୁ ବିରୋଧ କରିଥିଲେ ମାଓବାଦୀ | ୩୦ରୁ ୪୦ ଜଣ ସଶସ୍ତ୍ର ନକ୍ସଲ ଏହି ବର୍ବର କାଣ୍ଡ ଘଟାଇଛନ୍ତି | ଘଟଣା ପରେ ଘଟଣାସ୍ଥଳରେ ପୋଷ୍ଟର ଛାଡି ଯାଇଛନ୍ତି ତରଭା ନକ୍ସଲ ଡିଭିଜନ | ରାସ୍ତା ଆଦିବାସୀଙ୍କ ବିକାଶରେ ଲାଗିବା ପରିବର୍ତ୍ତେ ପୋଲିସ ନକ୍ସଲ ଦମନରେ ଏହାକୁ ବ୍ୟବହାର କରିବ । ତେଣୁ ଏହାକୁ ବିରୋଧ କରାଯାଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି |

   Related Posts