ବରଗଡ ଜିଲ୍ଲା ସୋହେଲା ରେ ମାଓ ପୋଷ୍ଟର
28/07/2018 at 6:23 AM

ବରଗଡ ଜିଲ୍ଲା ସୋହେଲା ନିକଟରେ ଆଜି ମାଓବାଦୀ ମାନେ ସହିଦ ସପ୍ତାହ ପାଳନ ପାଇଁ ପୋଷ୍ଟର ମାରିଛନ୍ତି ।ସୋହେଲା ଥାନା ଅନ୍ତର୍ଗତ ଗଣ୍ଡପାଲି,ଖପାନପାଲି ଓ ମଳେଇଖାମାନ ଗ୍ରାମ କୁ ସଂଯୋଗ କରୁଥିବା କଲୋନୀ ଛକ ରେ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଉଲ୍ଲେଖ ଥିବା କିଛି ପୋଷ୍ଟର ଏବଂ ପତାକା ଦେଖିବାକୁ ମିଳିଛି ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କୁ ଶୋଷଣ କରୁଛି ,ମହିଳା ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି,ଗରୀବ ଶ୍ରମିକ ମାନଙ୍କୁ ସେମାନଙ୍କ ହକ୍ ଅଧିକାର ପ୍ରଦାନ କରାଯାଉନାହିଁ ତେଣୁ ଏହାର ପ୍ରତିବାଦ ରେ ଜୁଲାଇ ୨୮ ତାରିଖ ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରାଯାଉଥିବା ମଧ୍ୟ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021