Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର

10/11/2019 at 8:00 AM

ମୁନିଗୁଡା ୧୦।୧୧:  ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବାଣ୍ଡଳୀ ଛକ ନିକଟରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟେର ଠାବ ହୋଇଛି । ବଂଶଧାର ଘୁମୁସର ଓ ନାଗାବଳୀ ମାଓ ଡିଭିଜନ ତରଫରୁ ପୋଷ୍ଟର ଲଗାଯାଇଛି ସୂଚନା।

ସୂଚନାଯୋଗ୍ୟ ଯେ, ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବାଣ୍ଡଳୀ ଛକ ନିକଟରେ ଲାଗିଥିବା ପୋଷ୍ଟର ଓ ବ୍ୟାନରରେ କାଶ୍ମୀରବାସୀଙ୍କ ସ୍ବାଧୀନତା ଲଢେଇରେ ସାଧାରଣଲୋକଙ୍କୁ ସାମିଲ ହେବା ପାଇଁ ଆହ୍ବାନ। ପୋଷ୍ଟରରେ ରାୟଗଡା ଏସ୍‌ପିଙ୍କ ଦ୍ବାରା ମାଓନେତ୍ରୀ ରିଙ୍କିଙ୍କ ଆତ୍ମସମର୍ପଣ ଘୋଷଣାକୁ  ବିରୋଧ କରାଯାଇଛି। ଏସ୍‌ପି  ମାଓନେତ୍ରୀ ରିଙ୍କିକୁ ଗତମାସ ୨୩ ତାରିଖରେ ଖମରି ଗାଁରୁ ଉଠାଇ ନେଇଥିଲେ, କିନ୍ତୁ ପରେ ଆତ୍ମସମର୍ପଣ କରିଥିବାର କଥା ଏଥିରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରୁ ୪ଟି ମାଓ ପୋଷ୍ଟର ସହ ଗୋଟିଏ ବ୍ୟାନର ଦେଖିବାକୁ ମିଳିଛି ।

   Related Posts