Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଲାଞ୍ଜିଗଡରେ ମାଓ ପୋଷ୍ଟର ଓ ବ୍ୟାନର, କଳାହାଣ୍ଡି RTOଙ୍କୁ ଚେତାବନୀ

11/03/2020 at 10:21 AM

କଳାହାଣ୍ଡି ୧୧।୩: କଳାହାଣ୍ଡିରେ ଲାଲ ଭୟ । ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର ଓ ବ୍ୟାନର । ବେନଗାଁ, ଦମାଘାଟି, ବିଜେପୁରଠାରେ ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ।

ପୋଷ୍ଟରରେ କଳାହାଣ୍ଡି RTOଙ୍କୁ ଚେତାବନୀ ଦିଆଯାଇଛି । ପ୍ରତ୍ୟେକ ପଞ୍ଚାୟତରେ RTO କ୍ୟାମ୍ପ୍ କରି ଯାନବାହାନ ଦସ୍ତାବିଜ୍ ଉପଲବ୍ଧ କରିବାକୁ ଦାବି ହୋଇଛି ।

ସେହିପରି ଲାଞ୍ଜିଗଡ-ବେନଗାଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କାମ ବନ୍ଦ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଲିସ ଇନଫର୍ମରଙ୍କୁ ମଧ୍ୟ ଚେତାବନୀ ଦେଇଛି ଲାଲ ସଂଗଠନ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts