ବୌଦ୍ଧ-କନ୍ଧମାଳ ସୀମାରେ ମାଓ ଅପରେସନ୍, ୨ ଯବାନ ଆହତ ସୂଚନା

Published By : Prameya-News7 Bureau | July 10, 2021 IST

ଫୁଲବାଣୀ ୧୦।୭: ବୌଦ୍ଧ-କନ୍ଧମାଳ ସୀମାରେ ମାଓ ଅପରେସନ୍ । ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି । ଜଙ୍ଗଲରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ସହ ଦୁଇ ଆହତ ଯବାନଙ୍କୁ ଭୁବନେଶ୍ବରକୁ ଏୟାର ଲିଫ୍ଟ କରାଯାଇଛି ।

{"id":478355,"width":751,"height":413,"sizeSlug":"large","linkDestination":"none"}

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ । ମାଓବାଦୀ ଲୁଚିଥିବା ଖବର ପାଇ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ମାଓବାଦୀ ଲୁଚିଥିବା ସୂଚନା ପାଇ ପୂରା ଅଞ୍ଚଳକୁ ସିଲ୍ କରିଥିଲା ପୋଲିସ ।

{"id":478357,"sizeSlug":"large","linkDestination":"none"}

ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକାପ୍ଟର ସାମିଲ ଥିବା କୁହାଯାଉଛି । ସୋନପୁର ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ଏହି ହେଲିକପ୍ଟର ପ୍ରସ୍ତୁତ ଅଛି। ଏହି ଅଞ୍ଚଳରେ କେକେବିଏନ ମାଓ ସଂଗଠନ ସକ୍ରିୟ ରହିଛି । କେକେବିଏନ- କଳାହାଣ୍ଡି-କନ୍ଧମାଳ-ବଲାଙ୍ଗୀର-ନୟାଗଡ ମାଓ ଡିଭିଜନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.