Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମାଓନେତା ସବ୍ୟସାଚୀଙ୍କ ସମ୍ପତ୍ତି ଉପରେ ଏବେ ଇଡିର ନଜର: ଆରମ୍ଭ ହେଲା ଖୋଳ ତାଡ

24/10/2018 at 7:14 PM

ଭୁବନେଶ୍ବର୨୪|୧୦: ମାଓନେତା ସବ୍ୟସଚିଙ୍କ ଉପରେ ଏବେ ଇଡିର ନଜର । ସବ୍ୟସାଚୀଙ୍କ ସମ୍ପତ୍ତିର ଆକଳନ କରିବ ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ୍ । ଏଥିପାଇଁ ବୁଧବାର ଇଡିର ୪ଜଣିଆ ଟିମ ବ୍ରହ୍ନପୁର ଜେଲରେ ପହଁଚି ସବ୍ୟସଚିଙ୍କୁ ପଚରା ଉଚୁରା କରିଛି ।

ସବ୍ୟସାଚୀଙ୍କର କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ରହିଛି । କେଉଁ କେଉଁ ଛଦ୍ମ ନାଁରେ ସବ୍ୟସାଚୀ ବିଭିନ୍ନ ବ୍ୟାଙ୍କରେ ଅର୍ଥ ରଖିଛନ୍ତି । କେଉଁ କେଉଁ ସଂସ୍ଥାରୁ ତାଙ୍କ ପାଖକୁ ଟଙ୍କା ଆସୁଥିଲା । ଏହି ଅର୍ଥ କି କାର୍ଯ୍ୟରେ ସେ ଲାଗାଉଥିଲେ । ରାଜ୍ୟର କେଉଁଠାରେ ସବ୍ୟସାଚୀଙ୍କ ନାଁରେ ଜମିଜମା ରହିଛି । କେବଳ ସବ୍ୟସାଚୀ ନୁହଁନ୍ତି , ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ମଧ୍ୟ ସ୍କାନରକୁ ନେଇ ସାରିଛି ଇଡି । ସବ୍ୟସାଚୀ ଙ୍କ ଭାଇ ଶ୍ବଶୁର ଘର ଲୋକ ଓ ତାଙ୍କ ସହିତ ସମ୍ପର୍କରେ ଥିବା ମାଓନେତାମାନଙ୍କର ମଧ୍ୟ ସମ୍ପତ୍ତି ଉପରେ ନଜର ରଖିଛି ଇଡି ।

୨୦୧୪ ମସିହା ଜୁଲାଇ ୧୭ ତାରିଖ ରାତିରେ ବ୍ରହ୍ନପୁରରଏକ ଘରୁ ରାଜ୍ୟ ପୋଲିସ ସବ୍ୟସାଚୀଙ୍କୁ ଗିରଫ କରିଥିଲା । ସବ୍ୟସାଚୀ ସେବେଠାରୁ ବ୍ରହ୍ମପୁର ଜେଲରେ ଅଛନ୍ତି । ସବ୍ୟସାଚୀଙ୍କ ବିରୁଦ୍ଧରେ ୨୦୦୮ରେ ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀ , ୨୦୧୨ରେ ଇଟାଲୀୟ ବିଦେଶୀ ନାଗରିକଙ୍କୁ ଅପହରଣ ମାମଲା ସହିତ ନୟାଗଡ ପୋଲିସ ଅସ୍ତ୍ରାଗାର ଉପରେ ଆକ୍ରମଣ ଭଳି ସଂଙ୍ଗୀନ ମାମଲା କୋର୍ଟରେ ବିଚାରାଧୀନ ରହିଛି ।

ଏନଫୋର୍ସମେଣ୍ଟ ଡିରେକ୍ଟରେଟ ଦେଶର ମାଓବାଦୀଙ୍କ ଟଙ୍କା କାରାବର ଉପରେ ନଜର ପକାଇଛି। ପ୍ରମୁଖ ମାଓନେତା ଏବଂ ସେମାନଙ୍କ ସହିତ ସଂପର୍କରେ ଥିବା ନେତାମାନଙ୍କର ଆର୍ଥିକ କାରବାର ଦେଶବ୍ୟାପୀ ତାଡ଼ିବା ଆରମ୍ଭ କରିଛି ଇଡି। ଯାହା ସେମାନଙ୍କ ପାଇଁ ଅଡୁଆ ବଢ଼ାଇବ ନିଶ୍ଚୟ।

   Related Posts