କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ମାଓନେତା, ଉତ୍ତର ତେଲେଙ୍ଗାନା ଏରିଆ କମିଟି ଚିଫ୍ ହରିଭୂଷଣଙ୍କ ମୃତ୍ୟୁ

Published By : Prameya-News7 Bureau | June 22, 2021 IST

ମାଲକାନଗିରି ୨୨।୬: କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଆଉ ଜଣେ ମାଓନେତା । ଉତ୍ତର ତେଲେଙ୍ଗାନା ଏରିଆ କମିଟି ଚିଫ୍ ହରିଭୂଷଣ କରୋନା ଆକ୍ରାନ୍ତ ହେବା ପରେ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

ଗତ ୧୦ ବର୍ଷ ଧରି ଛତିଶଗଡ ବିଜାପୁର ଜିଲ୍ଲା ସହ ତେଲେଙ୍ଗାନା ଅଞ୍ଚଳରେ ବେଶ ସକ୍ରିୟ ଥିଲେ ହରିଭୂଷଣ ।  ମାଓ ସଂଗଠନକୁ ମଜବୁତ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।  ବର୍ତ୍ତମାନ ବିଜାପୁର ଅଞ୍ଚଳରେ ୧୨ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ରହିଥିବା ଜଣାପଡିଛି । ସେମାନଙ୍କୁ ଆତ୍ମସମର୍ପଣ କରିବା ଲାଗି ଆହ୍ବାନ କରିଛନ୍ତି ଆଜି ସୁନ୍ଦରରାଜ ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.