ଯବାନଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍, ଆଉ ତାପରେ…

Published By : Prameya-News7 Bureau | February 02, 2021 IST

ମାଲକାନଗିରି ୦୨।୦୨: ଅଳ୍ପକେ ବର୍ତ୍ତିଲେ ଯବାନ। ମାଓ ଯୋଜନା ହେଲା ପଣ୍ଡ। ମାଓବାଦୀ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲ ରେ ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଖଞ୍ଜିଥିଲେ  ଦୁଇଟି ଲ୍ୟାଣ୍ଡମାଇନ । ମାଓ ଦମନ ପାଇଁ  ୨୦୬ ବାଟାଲିୟନର CRPF ଜବାନଙ୍କ ଅପରେସନ ବେଳେ ମେଟାଲ ଡିକେଟର ଯୋଗେ ସନ୍ଧାନ ପାଇ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ।ଲ୍ୟାଣ୍ଡମାଇଁନ ନିଷ୍କ୍ରିୟ ବେଳେ ବିସ୍ପୋରଣ ଏତେ ଭୟଙ୍କର ଥିଲା ପୋଲିସ ଗାଡିକୁ ଅତି ସହଜରେ ଉଡାଇ କ୍ଷତି ପହଞ୍ଚାଇ ପାରିଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.