ଥମୁନି ମାଓ ହିଂସା, ଜାଳିଦେଲେ ୮ଟି ମାଲବାହୀ ଟ୍ରକ

Published By : Prameya-News7 Bureau | April 26, 2021 IST

ମାଲକାନଗିରି ୨୬।୦୪: ପୁଣି ମାଓ ହିଂସା । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓ ହିଂସା । ଅପରେସନ ପ୍ରହାରକୁ ବିରୋଧ କରି ଜାଳି ଦେଲେ ୮ଟି ମାଲବାହୀ ଟ୍ରକ । ୩୦ ନମ୍ବର ଜାତୀୟ ରାଜ ପଥର ଏରାବୋର ଠାରେ ଲାଲବାହିନୀ ଏହି ହିଂସା କାଣ୍ଡ ଘଟାଇଛି। ଘଟଣା ସ୍ଥଳକୁ ଯାଇଥିବା କିଛି ଯୁବକଙ୍କୁ ଧନୁ ତୀର ଦେଖାଇ ଗୋଡାଇଥିଲେ ମାଓବାଦୀ । ଆଜି ମାଓ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାଆଗରୁ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.