ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର

Published By : Prameya-News7 Bureau | April 20, 2021 IST

ମାଲକାନଗିରି ୨୦।୦୪: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ସୁଚନା ଦେଲେ  ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ।

{"id":441144,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ନିଲାବାୟା ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହାପରେ ଡିଆରଜି ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଘଟଣାସ୍ଥଳ ଛାଡି ପଳାୟନ କରିଛନ୍ତି ।

{"id":441145,"sizeSlug":"large","linkDestination":"none"}

ସର୍ଚ୍ଚ ଅପରେସନ ବେଳେ ଜବାନ ମାନେ ଜଣେ ନକ୍ସଲ ପନ୍ଥିଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଲ୍ୟାଣ୍ଡମାଇନ ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି । ମୃତ ନକ୍ସଲ କୋଷା ଗତ ୧୫ ବର୍ଷ ଧରି ନକ୍ସଲ ସଂଗଠନରେ ରହିଥିବା ବେଳେ ଛତିଶଗଡ ସରକାର ତାଙ୍କ ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.