Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାତିଲେ ପୁଣି ମାଓବାଦୀ : ୨ଜଣଙ୍କ ଅପହରଣ କରିଥିଲେ, ଏବେ ଜଣଙ୍କୁ ରଖିଲେ ଆଉ ଜଣଙ୍କୁ ଛାଡିଦେଲେ…

31/01/2021 at 10:48 AM

ବାଲିଗୁଡା ୩୧।୦୧ : କନ୍ଧମାଳରେ ପୁଣି ମାତିଲେ ମାଓବାଦୀ । ପୁଣି ୨ଜଣ ଗ୍ରାମବାସୀଙ୍କୁ ଉଠାଇନେଲେ ମାଓବାଦୀ । ଉଠାଇନେଇଥିବା ୨ ଗ୍ରାମବାସୀଙ୍କ ନାମ ଦେବେନ୍ଦ୍ର ମାଝୀ ଓ ଗୋବିନ୍ଦ ମାଝି ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବେଲଘର ଥାନା ଲଙ୍କାଗଡ଼ ପଞ୍ଚାଥ ଗୁମୁ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ପୁଣି ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ୨ଜଣ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ବେଳେ ପୁଣି ୨ଜଣ ଗ୍ରାମବାସୀଙ୍କ ଅପହରଣ କରିଥିବାର ସୂଚନା ମିଳିଛି ।

ତେବେ ଅପହରଣର କିଛି ସମୟ ପରେ ଗୋବିନ୍ଦ ମାଝୀଙ୍କୁ ମାଡ଼ ମାରି ଛାଡିଦେଇଥିବା ବେଳେ ଦେବେନ୍ଦ୍ର ମାଝୀଙ୍କୁ ମାଓବାଦୀ ଅଟକ ରଖିଥିବାର ଖବର ମିଳିଛି । ଏହାପୂର୍ବରୁ ଶୁକ୍ରବାର ରାତିରେ ଶୁକ୍ରବାର ରାତିରେ  ଭଣ୍ଡରଙ୍ଗି ଗାଁର  ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ର ଓ ଗୋଛାଗୋଡ଼ା ଗାଁ ହେମନ୍ତ ପାତ୍ରଙ୍କୁ  ଘରୁ ଟେକିନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ  ମାଓବାଦୀ ।

   Related Posts