ସୀମାନ୍ତରେ ମାଓ ହିଂସା, ପୋଡିଦେଲେ ରାସ୍ତାକାମରେ ନିୟୋଜିତ ଏକାଧିକ ଗାଡି

Published By : Prameya-News7 Bureau | December 16, 2020 IST

ମାଲକାନଗିରି ୧୬।୧୨ : ମାଲକାନଗିରି ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ବିକାଶ କାମକୁ ବିରୋଧ କରି ଜାଳିଦେଲେ ୬ଟି ଗାଡି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ଖବର ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲା ଫରେସଗୋଡ଼ ଥାନା ଅନ୍ତର୍ଗତ  ଆଦାବାଡା ଅଞ୍ଚଳରେ ଘଟଣା ଘଟିଛି ।  ରାସ୍ତା କାମରେ ନିୟୋଜିତ ହୋଇଥିବା ୬ଟି ଗାଡି ପୋଡି ପାଉଁଶ । ୨୦ରୁ ଅଧିକ ମାଓବାଦୀ ଆସି ଗାଡି ପୋଡ଼ି ଦେଇଥିବା ସୂଚନା ମିଳିଛି । ଗାଡି ପୋଡାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳକୁ ଡି.ଆର.ଜିର ଯବାନଙ୍କୁ ପଠା ଯାଇଥିବା ବିଜାପୁର ଏସ୍‌ପି କମଲ୍ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.