ମାଓ ହିଂସା, କମ୍ବିଂ ଅପରେସନ୍‌କୁ ବିରୋଧ କରି ପୋଡିଦେଲେ ଗାଡ଼ି

Published By : Prameya-News7 Bureau | January 22, 2022 IST

ମାଲକାନଗିରି ୨୨।୦୧: ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ ହିଂସା । ଯବାନଙ୍କ କମ୍ବିଂ ଅପରେସନକୁ ବିରୋଧ କରି ମାଓବାଦୀ ଲଙ୍କାକାଣ୍ଡ ଘଟାଇଛନ୍ତି। ଚେରିଖୁଣ୍ଟା ଗାଁ ନିକଟରେ ୩ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ସଶସ୍ତ୍ର ନକ୍ସଲ। ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମକୁ ବିରୋଧ କରି ମାଓବାଦୀମାନେ ଗାଡ଼ି ପୋଡ଼ିଛନ୍ତି । ସଡ଼କ ନିର୍ମାଣ କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରି ଗୋଟିଏ ଜେ.ସି.ବି, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମିକ୍ସର ମେସିନ କୁ ନିଆଁ ଲଗେଇ ପୋଡ଼ି ଦେଇଛନ୍ତି ମାଓବାଦୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.