ମାଓବାଦୀଙ୍କୁ ଲାଗିଛି ଶକ୍ତ ଧକ୍କା: ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | January 27, 2020 IST

ମାଲକାନଗିରି୨୭/୧: ମାଲକାନଗିରିରେ ମାଓବାଦୀଙ୍କୁ ଲାଗିଛି ଶକ୍ତ ଧକ୍କା। ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମାଓବାଦୀ ପ୍ରାଣ ହରାଇବା ପରେ ମାଓବାଦୀ ହିଂସ୍ର ହୋଇ ଉଠିଛନ୍ତି । ସେମାନେ ନିଆଁ ଲଗାଇ ଗ୍ରାମବାସୀଙ୍କ ଘରଦ୍ବାର ଏବଂ ମୋଟର ସାଇକେଲ ପୋଡ଼ି ଦେଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ରାୟଗଡ଼ା କଳାହାଣ୍ଡି ସୀମାନ୍ତ ନିୟମଗିରି ପାହାଡ଼ରେ ମାଓବାଦୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି । ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନ।

{"id":216835,"sizeSlug":"large"}

ଜୋଡ଼ାମ୍ବ ହେଲା ପୋଲିସ ଛାଉଣୀ। ଲୋକଙ୍କ ମନୋବଳ ବଢ଼ାଇବାକୁ ପହଞ୍ଚିଲେ ସୁରକ୍ଷା ବାହିନୀ । ବିଏସ୍‌ଏଫ୍‌ ଯବାନଙ୍କ ସହିତ ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଛି । ମାଓବାଦୀମାନେ ଯେଉଁମାନଙ୍କର ଘର ପୋଡ଼ିଦେଇଥିଲେ ସେମାନଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏଥିସହିତ ଲୋକମାନଙ୍କୁ ରିଲିଫ୍ କ୍ୟାମ୍ପରେ ରନ୍ଧା ଖାଦ୍ୟ ଦିଆଯାଇଛି ।ଯେତେଦିନ ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ନ ହୋଇଛି ଲୋକେ ରିଲିଫ କ୍ୟାମ୍ପରେ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

 ଗତ ଶନିବାର ରାତିରେ ମାଓବାଦୀମାନେ ଗାଁରେ ଆସି ଲୋକଙ୍କୁ ଧମକ ଦେଇଥିଲେ। ତେବେ ଲୋକେ ଏହାର ମୁକାବିଲା କରିଥିଲେ। ଏଥିରେ ଜଣେ ମାଓବାଦୀ ପ୍ରାଣ ହରାଇଥିଲା। ଆଉ ଜଣେ ଧରାପଡ଼ିଥିଲା। ଏହି ଦୁଇଜଣଙ୍କ ନାଁରେ ଥିଲା ୫ ଲକ୍ଷ ଟଙ୍କା ଯାଏଁ ପୁରସ୍କାର ।  ଦୀର୍ଘ ୬ ଦଶନ୍ଧୀ ପରେ ସ୍ବାଭିମାନ ଅଞ୍ଚଳରେ ଏପରି ଅଲଗା ଚିତ୍ର ଦେଖିବାକୁ ମିଳିଛି । ତେବେ ଲୋକଙ୍କ ଉପରେ ପ୍ରତିଶତ ନେବାକୁ ମାଓବାଦୀମାନେ ଗାଁରେ ପୋଡ଼ାଜଳା କରିଥିଲେ। ଏବେ ବି ଲୋକେ ଭୟଭୀତ ଅଛନ୍ତି। ଏବଂ ସେମାନଙ୍କୁ ସୁରକ୍ଷା ଦେଇଛନ୍ତି ସୁରକ୍ଷା ବାହିନୀ।      

ସେ ପଟେ ନିୟମଗିରିରେ ସୁରକ୍ଷା ବାହିନୀକୁ ଟାର୍ଗେଟ୍‌ କରିଛନ୍ତି ମାଓବାଦୀ । ଯବାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି । ତେବେ ଯବାନ ମାନେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୁନିଗୁଡା ଥାନା ଧାମୁଣିପଙ୍ଗା ଗାଁ ରେ ମାଓବାଦୀମାନେ ବିସ୍ଫୋରଣ କରିଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି ।

ଗତ ୨୨ତାରିଖରେ ମାଓବାଦୀମାନେ ନିୟମଗିରି ପାହାଡରେ ଥିବା ଏକା ଠିକା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏହାପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.