କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ଛତ୍ରଭଙ୍ଗ ଦେଲେ ମାଓବାଦୀ

Published By : Prameya-News7 Bureau | February 01, 2020 IST

ମୁନିଗୁଡା ୦୧।୦୨: CRPF ୮ମ ବାଟାଲିଅନ ଯବାନମାନଙ୍କ ଦ୍ୱାରା କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି l ଶନିବାର ସକାଳ ସମୟରେ ଯବାନ ମାନେ ରାୟଗଡା ଓ କନ୍ଧମାଳ ସୀମାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳରେ କୁମ୍ବିଂ ବେଳେ ଅଣ୍ଡେଙ୍ଗି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କରିଛନ୍ତି l

{"id":218925,"sizeSlug":"large"}

ଯବାନ ମାନଙ୍କ କୁମ୍ବି ଅପରେସନ ଖବର ପାଇ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣା ସ୍ଥଳରୁ ୯ଟି ବନ୍ଧୁକ, ୧୫ଟି ଡିଟେନେଟର, ୮ରାଉଣ୍ଡ ଅଫୁଟା ଗୁଳି, ୧୧ଟି ଜିଲୋଟିନ ରଡ଼ , ୧କେଜି ୟୁରିଆ, ଗୋଟିଏ ବଣ୍ଡଲ ତାର, ୨ଟି ଟିଫିନ ବକ୍ସ ସମେତ  ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି l

{"id":218926,"sizeSlug":"large"}

ତେବେ ଏହି ଜାଗାରେ କେତେ ଜଣ ମାଓବାଦୀ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ ଜାରି ରଖିଥିବା ଜଣା ପଡିଛି l

{"id":218927,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.