ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | November 14, 2019 IST

ମୁନିଗୁଡା ୧୪।୧୧: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲ ରେ SOG ଓ DVFଙ୍କ ଯବାନଙ୍କ ମିଳିତ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ମିଳିଛି । ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

{"id":183674,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲ ମାଓବାଦୀ  ଲୁଚିରହିଥିବା  ଖବରପାଇ SOG ଓ DVFଙ୍କ  ସର୍ଚ୍ଚ ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ଯବାନମାନଙ୍କୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ।  ମାଓ କ୍ୟାମ୍ପରେ ୧୦ ରୁ ୧୨ ଜଣ ମାଓବାଦୀ  ରହୁଥିବା  ଅନୁମାନ କରାଯାଉଛି । 

{"id":183675,"sizeSlug":"large"}

କ୍ୟାମ୍ପରୁ ଏକ ଲ୍ୟାଣ୍ଡମାଇନ ମିଳିଥିବା ବେଳେ ତାକୁ ଯବାନ ମାନେ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଦେଇଛନ୍ତି । କ୍ୟାମ୍ପରୁ ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ କିଛି ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା, ପାଣି ବୋତଲ ଓ ୧୦ଟି ପଲିଥିନ ମିଳିଥିବା ଜଣାପଡିଛି । ଅପରେସନ ପରେ ଜବାନ ମାନେ ସୁରକ୍ଷିତ ଭାବରେ ଫେରିଆସିଥିବା ବେଳେ ପୋଲିସ ତରଫରୁ ବିଧିବଦ୍ଧ ଭାବେ କିଛି ସୁଚନା ଦିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.