Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

22/11/2020 at 9:46 AM

ନୂଆପଡା ୨୨।୧୧: ସୁରକ୍ଷାକର୍ମୀଙ୍କୁ ବଡଧରଣର ସଫଳତା । ନୂଆପଡ଼ା ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି । ସୁରକ୍ଷାକର୍ମୀଙ୍କୁ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି ।

ଖବର ଅନୁଯାୟୀ, CRPF ଯବାନ କୌଣସି ସୁତ୍ରରୁ ଖବର ପାଇ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଅପରେସନ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ସୁରକ୍ଷାକର୍ମୀମାନେ ମାଓ କ୍ୟାମ୍ପରୁ  ଅନେକ ସାମଗ୍ରୀ ସହ ଗୁଳି, ଗୋଳା, ବାରୁଦ, ବନ୍ଧୁକ , ମାରଣାସ୍ତ୍ର ଜବତ କରିଛି । ନୂଆପଡା CRPF 216  ଯବାନଙ୍କୁ ଏହି ସଫଳତା ମିଳିଛି ।

   Related Posts