ନିର୍ବାଚନ ପୂର୍ବରୁ ପୋଲିସକୁ ସଫଳତା, ବଡ଼ଧରଣର ମାଓ କ୍ୟାମ୍ପ ଠାବ

Published By : Prameya-News7 Bureau | April 03, 2024 IST

ମାଲକାନଗିରି ୦୩।୦୪ : ନିର୍ବାଚନ ପୂର୍ବରୁ ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଦୟାଳତୂଙ୍ଗ ଜଙ୍ଗଲରୁ ଠାବ ହେଲା ବଡ ଧରଣର ମାଓ କ୍ୟାମ୍ପ୍ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । 

ବିଶେଷ ସୂତ୍ରରୁ ଖବର ପାଇ ଡିଭିଏଫ ବାହିନୀ ଦୟାଳତୂଙ୍ଗ ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିଲା । ଏହି ସମୟରେ ଜଙ୍ଗଲରେ ମାଓବାଦୀକୁ ଠାବ କରିଥିଲେ ସୁରକ୍ଷାକର୍ମୀ । ଯାହା ମଧ୍ୟରେ ରହିଛି ୧୯୦ଟି ଜିଲୋଟିନ ଷ୍ଟିକ୍ ଓ ୧୨ଟି  ଆଇ.ଇ.ଡି ବା ଲ୍ୟାଣ୍ଡମାଇନ । ଆଗାମୀ ନିର୍ବାଚନରେ ମାଓବାଦୀ ମାନେ ମାଲକାନଗିରି ଜିଲ୍ଲାରେ ହିଂସା କାଣ୍ଡ ଘଟାଇ ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଠୁଳ କରିଥିଲେ ବୋଲି କହିଛନ୍ତି ମାଲକାନଗିରି ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.