ଆନ୍ଧ୍ର-ଓଡିଶା ସୀମାରେ ମାଓ କ୍ୟାମ୍ପ୍ ଠାବ : ଏକାଠି ହୋଇଥିଲେ ମାଓବାଦୀ, ୩ ଘଣ୍ଟା ଚାଲିଲା ଗୁଳିବିନିମୟ

Published By : Prameya-News7 Bureau | November 04, 2020 IST

ମାଲକାନଗିରି ୪।୧୧: ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ଆନ୍ଧ୍ର ଓଡିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହେଲା ମାଓ କ୍ୟାମ୍ପ୍ । ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ଶତାଧିକ ନକ୍ସଲ ଗୋରାସେତୁ ଜଙ୍ଗଲରେ ଏକାଠି ହୋଇଥିଲେ ।

{"id":356077,"sizeSlug":"large"}

ସ୍ବାଭିମାନ ଅଞ୍ଚଳରେ ବଡ ଧରଣର ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତ ହେଉଥିବା ଖବର ପାଇବା ପାଇବା ପରେ ଆନ୍ଧ୍ର ଗ୍ରେହଣ୍ଡ ଓ ଓଡିଶା ଡିଭିଏଫ ବାହିନୀ ମିଳିତ ଭାବେ ସେଠାରେ ଚଢାଉ କରିଥିଲେ । ୩ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ନକ୍ସଲ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି ।

{"id":356078,"sizeSlug":"large"}

ଘଟଣାସ୍ଥଳରେ ଜବାନମାନେ ୩ଟି ଅତ୍ୟାଧୁନିକ ବନ୍ଧୁକ ସହ କିଛି ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ନକ୍ସଲ କିଟ୍ ବ୍ୟାଗ୍ ସହ କିଛି ନକ୍ସଲ ପୁସ୍ତକ ଓ ପ୍ରଚାର ପତ୍ର ଜବତ କରିଛନ୍ତି । ନକ୍ସଲପନ୍ଥୀଙ୍କୁ ଧରିବା ଲାଗି ବର୍ତ୍ତମାନ ସୁଦ୍ଧା ସେଠାରେ ଆନ୍ଧ୍ର ଓ ଓଡିଶା ପୋଲିସର ମିଳିତ ଅପରେସନ ଚାଲିଥିବା ମାଲକାନଗିରି ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.