Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ସ୍ୱାଭିମାନ ଅଞ୍ଚଳରୁ ପୁଣି ଠାବ ହେଲ ମାଓ କ୍ୟାମ୍ପ, ଛତ୍ରଭଙ୍ଗ ଦେଲେ ମାଓ କ୍ୟାଡ଼ର ; ବିପୁଳ ପରିମାଣର ସାମଗ୍ରୀ ଜବତ

12/11/2020 at 1:00 PM

ମାଲକାନଗିରି ୧୨।୧୧: ମାଲକାନଗିରି ଜିଲ୍ଲାରେ ପୁଣି ଠାବ ହେଲା ମାଓ କ୍ୟାମ୍ପ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ପୋଲିସକୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି । ଜୋଡାମ୍ବ ଥାନା ଅନ୍ତର୍ଗତ ଅଣ୍ଡ୍ରାପାଲ୍ଲି ଗାଁ ନିକଟସ୍ତ ଓରାପଦର ଜଙ୍ଗଲରେ ଏସ.ଓ.ଜି, ଡି.ଭି.ଏଫ ଏବଂ ବି.ଏସ.ଏଫ ବାହିନିର ମିଳିତ କୁମ୍ବିଂ ଅପରେସନ ବେଳେ ଜବତ ହୋଇ ଏହି ସବୁ ବିସ୍ଫୋରକ ।

ଖବର ଅନୁଯାୟୀ, ନକ୍ସଲପନ୍ଥୀ ଆନ୍ଧ୍ର ଓଡିଶା ସୀମାନ୍ତ ସ୍ପେଶାଲ ଜୋନାଲ କମିଟିର କ୍ୟାଡର ମାନେ ଗତ କିଛି ଦିନ ଧରି ଓରାପଦର ଜଙ୍ଗଲରେ ମାଓ କ୍ୟାମ୍ପ କରି ରହୁଥିଲେ । ଯାହାର ଗୁଇନ୍ଦା ସୂଚନା ପୋଲିସକୁ ମିଳିଥିଲା । ଏହା ପରେ ସୁରକ୍ଷାକର୍ମୀମାନେ ଆଜି ସକାଳେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ଛାଡିଯାଇଥିଲେ ମାଓ ସାମଗ୍ରୀ ।

ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ନକ୍ସଲ ସାମଗ୍ରୀକୁ ଜବତ କରିବା ସହ ମାଓ କ୍ୟାମ୍ପକୁ ନଷ୍ଟ କରିଛନ୍ତି । ତେବେ ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ  ୯୩ ଟି ୩.୩ ରାଇଫଲର ଗୁଳି, ୫୫ ଟି ୯ ଏମ.ଏମ. ପିସ୍ତଲର ଗୁଳି, ୧୩ ଟି ଇଲେକଟ୍ରନିକ ଡିଟୋନିଟର, ୧୪ ଟି ଲ୍ୟାଣ୍ଡମାଇନ ଓ କିଛି ନକ୍ସଲ ପ୍ରଚାର ପତ୍ର ମିଳିଛି । ସ୍ବାଭିମାନ ଅଞ୍ଚଳରେ ନକ୍ସଲ ମାନେ ଏକ ବଡ ଧରଣର ହିଂସା କାଣ୍ଡ କରିବାକୁ ଯୋଜନା କରୁଥିଲେ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

   Related Posts