Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ମାଓ କ୍ୟାମ୍ପ୍ ଠାବ, ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

2/07/2020 at 11:50 AM

ଫୁଲବାଣୀ ୨।୭: ମାଓ କ୍ୟାମ୍ପ ଠାବ କଲା କନ୍ଧମାଳ ପୋଲିସ । ଏହାସହ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସପି ପ୍ରତୀକ୍ ସିଂଙ୍କ ନିର୍ଦ୍ଦେଶରେ ଏସଓଜିର ଏକ ଟିମ୍ ଫିରିଙ୍ଗିଆ ବ୍ଲକ୍ ସୁମେରୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲରେ ଗତ ୨୯ ତାରିଖରେ କମ୍ବିଂ ଅପରେସନ କରିଥିଲେ ।

ଅପରେସନ ବେଳେ ଲଦାପଦର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ । ପୋଲିସ ଆସୁଥିବା ସୂଚନା ପାଇ ମାଓବାଦୀମାନେ କ୍ୟାମ୍ପ୍ ଛାଡି ଫେରାର ହୋଇଯାଇଥିଲେ । ପୋଲିସ କ୍ୟାମ୍ପରୁ ୧୫ କେଜି ବିସ୍ଫୋରକ,  ଅନେକ ଡିଟୋନେଟର ସହ ବହୁତ ମାଓ ସାମଗ୍ରୀ, ପୋଷାକ, ମଲ୍ଟିମିଟର, ମାଓ ପତ୍ରିକା, ଲିଫଲେଟ୍ ଆଦି ପାଇ ଜବତ କରିଛି । ଉକ୍ତ କ୍ୟାମ୍ପରୁ ମହିଳା ମାଓବାଦୀଙ୍କ ସମେତ ୧୫ରୁ ୨୦ ମାଓବାଦୀ ଥିବାବେଳେ କ୍ୟାଡର ମାଓନେତା ଆକାଶ, ଦାସୁରୁ ପ୍ରମୁଖ ରହିଥିବା ପୋଲିସ ସନ୍ଦେହ କରୁଥିବା ଏସପି ଶ୍ରୀ ସିଂ କହିଛନ୍ତି ।

ଆଗକୁ ମାଓ ସହିଦ ସପ୍ତାହ ଥିବାବେଳେ ତା ପୂର୍ବରୁ ଜିଲ୍ଲାରେ କିଛି ବଡ ଧରଣର ହାମଲା କରିବାକୁ ମାଓବାଦୀମାନେ ଯୋଜନା କରୂଥିବା ସନ୍ଦେହ କରୁଛନ୍ତି ବୋଲି ଏସପି ଶ୍ରୀ ସିଂ କହିଛନ୍ତି।

   Related Posts