ଠାବ ହେଲା ମାଓ କ୍ୟାମ୍ପ୍, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | December 18, 2020 IST

ମାଲକାନଗିରି ୧୮।୧୨: ମାଲକାନଗିରି ସୀମାନ୍ତ ବିଜାପୁର ଦନ୍ତେଓ୍ବାଡା ବର୍ଡର ନିକଟରେ ମାଓ କ୍ୟାମ୍ପ୍ ଠାବ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଓ ସାମଗ୍ରୀ ମଧ୍ୟରେ ରହିଛି ଇନ୍ ଫ୍ରାରେଡ୍ ଥାର୍ମୋମିଟର। ଯାହା କରୋନା ଚିହ୍ନଟ ପାଇଁ ଉପଯୋଗୀ । ଏବେ ନକ୍ସଲମାନେ ବି ସଂଗଠନରେ କରୋନାକୁ ନେଇ ଚିନ୍ତାରେ ରହିଥିବା ଜଣାପଡିଛି । ତେବେ ଏହି ସବୁ ମାଓ ସାମଗ୍ରୀ ଛତିଶଗଡ଼ର ଦନ୍ତେଓ୍ବାଡ଼ା ଜିଲ୍ଲା ତିମେନାର ଜଙ୍ଗଲରୁ ଠାବ କରାଯାଇଛି ।

{"id":378990,"sizeSlug":"large","linkDestination":"none"}

ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ବଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଜଙ୍ଗଲରେ ମାଓ କ୍ୟାମ୍ପ୍ ଚାଲିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଜବାନମାନେ ସର୍ଚ୍ଚ ଅପରେସନ କରିଥିଲେ । ତେବେ ସୁରକ୍ଷାକର୍ମୀ ଆସୁଥିବା ଖବର ପାଇ ମାଓବାଦୀମାନେ ପଳାଇବାରେ ସକ୍ଷମ ହୋଇଛନ୍ତି । ଏହି ଶିବିରରୁ ଟିଫିନ ବୋମା, କୋଡେକ୍ସ ଓୟାର, ଇନଫ୍ରାରେଡ୍ ଥର୍ମୋମିଟର, ମାଓ ପୋଷାକ, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.