Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

9/08/2020 at 1:10 PM

ବରଗଡ଼ ୦୯।୦୮ : ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ବରଗଡ଼ ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗୁଳିବିନିମୟ ହୋଇଛି । ପୋଲିସ SOG ଯବାନ ଓ CPI ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବାର ସୂଚନା ରହିଛି  ।

ତେବେ ଘଟଣାସ୍ଥଳରୁ ୧୧ ଖୋଖା, ଗୋଟିଏ ଜୀବନ୍ତ ଗୁଳି ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏହାସହିତ ମାଓ ଚିଠି ମଧ୍ୟ ଜବତ ହୋଇଛି  । ଜଙ୍ଗଲରେ ୪ଟି ମାଓ କ୍ୟାମ୍ପ ଠାବ କରିଥିବା ସୂଚନା ଦେଇଛନ୍ତି ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ।ଜଙ୍ଗଲରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମାଓବାଦୀ ମୃତାହତର ଖବର ମିଳିନାହିଁ ।

   Related Posts