ମାଓ କ୍ୟାମ୍ପ୍ ଠାବ : ଛତ୍ରଭଙ୍ଗ ଦେଲେ ମାଓବାଦୀ, ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | May 09, 2020 IST

ନୂଆପଡା ୯।୫: ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ମାଓ କ୍ୟାମ୍ପ୍ ଠାବ କରିଛନ୍ତି SOG ଟିମ୍ । କମ୍ବିଂ ଅପରେସନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଜଙ୍ଗଲରେ ଏବେବି କମ୍ବିଂ ଅପରେସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ନୂଆପଡା ଏସପି ବିନିତ ଅଗ୍ରୱାଲ ।

{"id":267091,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଭିତରେ କ୍ୟାମ୍ପ୍ କରି ମାଓବାଦୀ ରହୁଥିବା କୌଣସି ସୁତ୍ରରୁ ଖବର ପାଇବା ପରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଶୁକ୍ରବାର ପାଖାପାଖି ଦିନ ୧୨ଟା ସମୟରେ ପାଟଦର୍ହା ଜଙ୍ଗଲ ଭିତରେ SOG ଯବାନମାନେ କମ୍ବିଂ ଅପରେସନ ସମୟରେ ମାଓବାଦୀମାନେ ପ୍ରଥମେ ଗୁଳି ଚଲାଇବା ଆରମ୍ଭ କରିଥିଲେ । ପରେ SOG ଯବାନମାନେ ଗୁଳି ଚାଳନା କରିଥିଲେ ।

{"id":267092,"sizeSlug":"large"}

ଏହାପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ପାଖାପାଖି ୬ରୁ ୭ଜଣ ମାଓବାଦୀ ରହିଥିବା ସୂଚନା ମିଳିଛି । ମାଓ କ୍ୟାମ୍ପ ରୁ ସୋଲାର ପ୍ଲେଟ, କାତି, କୋଡି, ଜୋତା, ଖାଦ୍ୟ ସାମଗ୍ରୀ, ମାଓ ପୁସ୍ତିକା ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.