Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କନ୍ଧମାଳରେ ମାଓ କ୍ୟାମ୍ପ୍ ଧ୍ବସଂ, ବିପୁଳ ପରିମାଳର ମାଓ ସାମଗ୍ରୀ ଜବତ

29/08/2019 at 10:33 AM

କନ୍ଧମାଳ ୨୮: କନ୍ଧମାଳ  ଗୋଚ୍ଛାପଡା ପାହିରାଜୁ ନିକଟସ୍ଥ ଜଙ୍ଗଲରରୁ  ମାଓ ସାମଗ୍ରୀ ସହ ସେମାନଙ୍କ କ୍ୟାମ୍ପ୍ ହାଉସ୍ ଧ୍ବସଂ ।  ମାଓବାଦୀ ମାନେ କ୍ୟାମ୍ପ କରିଥିବା   ଖବର ପାଇ ପୋଲିସ ଓ ସିଆରପିଏଫ ଜବାନମାନେ କୁମ୍ବିଂ ଅପରେସନ କରିଥିଲେ ।

ଏହି ସମୟରେ  ସୁରକ୍ଷାକର୍ମୀ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ମାଓବାଦୀମାନେ କ୍ୟାମ୍ପ୍ ଛାଡି ଛତ୍ରଭଙ୍ଗ ଦେଇଥିଲେ ।

ପୋଲିସ ମାଓ କ୍ୟାମ୍ପକୁ ଧ୍ବସଂ କରିବାସହ ଗୋଟିଏ ବନ୍ଧୁକ ସହ ଆସବାବପତ୍ର, ପଲିଥିନି, ଖାଦ୍ୟ ସାମଗ୍ରୀ,  ବ୍ୟାଗ, କାଗଜପତ୍ର ଆଦି ଅନେକ ଜିନିଷପତ୍ର ଜବତ କରିଛି । ମାଓ ଦମନ ଅପରେସନ୍ ଆଗକୁ ମଧ୍ୟ ଜାରି ରହିବ ବୋଲି କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି ।

   Related Posts