ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

Published By : Prameya-News7 Bureau | July 23, 2021 IST

ନୂଆପଡା, ୨୩/୦୭: ନୂଆପଡା ଜିଲ୍ଲା ସିନାପାଲି ଥାନା ପାଟଦରହା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। କମ୍ବିଂ  ଅପରେସନ ବେଳେ ଡଗ୍ ସ୍କାର୍ଡ ଓ ସିଆରପିଏଫ ଏସବୁକୁ ଠାବ କରିଛି।

କ୍ୟାମ୍ପରୁ ୫ଟି ବନ୍ଧୁକ, ଜେଲୋଟିନ, ଡିଟୋନେଟର, ଆଇ ଇ ଡି ଓ ମାଓ ପୋଷାକ ସହ ଅନେକ ସାମଗ୍ରୀ ସିଆରପିଏଫ ଜବତ କରିଛି। ଅଭୟାରଣ୍ୟ ଭିତର କନ୍ଦେନଝରିଆ ଗାଁ ପାଖ ଜଙ୍ଗଲ ଭିତରେ ଏହି କ୍ୟାମ୍ପ ରହିଥିଲା । ଏଥିରେ ଅନୁମାନିକ ସାତଜଣ ମାଓବାଦୀ ଛତ୍ରଭଙ୍ଗ କରିଥିବା ସୁଚନା ମିଳିଛି । ଏନେଇ ସିଆରପିଏଫ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ନରେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.