କାନାଗୁଡ ଗାଁ ନିକଟରୁ ମାଓ ବ୍ୟାନର ଠାବ : PLGA ସପ୍ତାହ ପାଳନ ପାଇଁ ଆହ୍ବାନ

Published By : Prameya-News7 Bureau | December 05, 2019 IST

କାଲିମେଳା ୦୫।୧୨: ମାଓବାଦୀଙ୍କ ପକ୍ଷରୁ ପିଏଲଜିଏ ସପ୍ତାହ ପାଳନ ଅବସରରେ ମାଓ ବ୍ୟାନର ଠାବ କରାଯାଇଛି।  ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଗୋମ୍ପାକୋଣ୍ଡା ପଞ୍ଚାୟତର କାନାଗୁଡ ଗାଁ ନିକଟରୁ ମାଓ ବ୍ୟାନର ଠାବ ହୋଇଛି । ବ୍ୟାନରରେ ସିପିଆଇ (ମାଓବାଦୀ) ସଂଗଠନ ଲେଖାରହିଛି ।

{"id":194059,"sizeSlug":"large"}

ସୂଚନାଯୋଗ୍ୟ ଯେ, କାନାଗୁଡା ଗାଁକୁ ଯିବା  ରାସ୍ତାରେ ମାଓ ବ୍ୟାନର ଠାବ ହୋଇଛି । ବ୍ୟାନରରେ PLGA ସପ୍ତାହକୁ ପାଳନ ପାଇଁ ଆହ୍ବାନ କରିବା ସହ ଶହିଦଙ୍କ ଅଧିକାର ସ୍ବପ୍ନକୁ ପୂରା  କରିବା  ପାଇଁ  ଶପଥ ନେବା ଭଳି ଲେଖା ଉଲ୍ଲେଖ ରହିଛି ।  ଘଟଣାସ୍ଥଳରେ  ବିଏସଏଫ ପହଞ୍ଚି  ବ୍ୟାନର ଜବତ କରିଛି।  ପିଏଲଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି  ସୁରକ୍ଷା ବ୍ୟବସ୍ଥା  କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.