ବିଚ୍ଛିନାଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଠାବ : PLGA ସପ୍ତାହ ପାଳନ ଓ ମାଓ ସଂଗଠନରେ ସାମିଲ ପାଇଁ ଆହ୍ବାନ

Published By : Prameya-News7 Bureau | December 04, 2019 IST

ଚିତ୍ରକୋଣ୍ଡା ୦୪।୧୨: ମାଓବାଦୀଙ୍କ ପିଏଲଜିଏ ସପ୍ତାହର ତୃତୀୟ ଦିନରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଗାଁର ହାଟପଦା ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ଠାବ ହୋଇଛି ।

{"id":193686,"sizeSlug":"large"}

 ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ଲାଲଗଡ ଭାବେ  ପରିଚିତ ଚିତ୍ରକୋଣ୍ଡା ବ୍ଲକ  ପଣସପୁଟ ଗାଁର ହାଟପଦା ଠାରେ  ମାଓ ସଙ୍ଗଠନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ତେଲୁଗୁ ଓ ଓଡ଼ିଆ ଭାଷାରେ ପୋଷ୍ଟର ଓ ବ୍ୟାନରରେ ଲେଖାରହିଛି । ପୋଷ୍ଟରରେ ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ବାନ କରିବା ସହ ଯୁବକ ଓ ଯୁବତୀଙ୍କୁ ମାଓ ସଂଗଠନରେ ସାମିଲ ହେବା ପାଇଁ ଉଲ୍ଲେଖ ରହିଛି । ମାଓ ବ୍ୟାନର ଲାଗିବା ପରେ ମାଲକାନଗିରି ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.