ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ

Published By : Prameya-News7 Bureau | September 27, 2021 IST

ମାଲକାନଗିରି, ୨୭/୦୯: ମାଲକାନଗିରି ଓ ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହାମଲା ହୋଇଛି । ପାମେଡ ଥାନା ଅନ୍ତର୍ଗତ ଧର୍ମଗଡ ସିଆରପିଏଫ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଛନ୍ତି । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି ।

ଧର୍ମଗଡ ଠାରେ ସିଆରପିଏଫର ୧୯୬  ବାଟାଲିଆନର କ୍ୟାମ୍ପ ରହିଛି । ଏହି କ୍ୟାମ୍ପ ସ୍ଥାପନ ହେବା ପରଠାରୁ ସ୍ଥାନୀୟ ଆଦିବାସୀ ଓ ଜବାନ ମୁହାଁ ମୁହିଁ ହୋଇ ରହିଛନ୍ତି ।ଏନେଇ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବିଜାପୁର ଏଏସପି ପଙ୍କଜ ଶୂକ୍ଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.