ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲ ହମଲା : ଦୂରଦର୍ଶନର ଓଡ଼ିଆ କ୍ୟାମେରାମ୍ୟାନ ମୃତ, ଦୁଇ ଯବାନ ସହିଦ

Published By : Prameya-News7 Bureau | October 30, 2018 IST

ମାଲକାନଗିରି ୩୦/୧୦ : ଛତିଶଗଡ଼ ଦାନ୍ତେୱାଡା ଅରଣପୁରରେ ନକ୍ସଲ ପୋଲିସ ଗୁଳି ବିନିମୟ ହୋଇଛି | ଗୁଳି ବିନିମୟରେ ୨ ଜବାନ ଶହୀଦ ହୋଇଛନ୍ତି | ଏହାସହ ଗଣମାଧ୍ୟମରେ ଜଣେ କ୍ୟାମେରାମ୍ୟାନଙ୍କ ମଧ୍ୟ ମୃତ୍ୟୁ ହୋଇଛି | ଅରଣପୁର ଜଙ୍ଗଲ ରାସ୍ତାରେ ନକ୍ସଲମାନେ ଆମ୍ବୁସ ପକାଇଥିବା ବେଳେ ଜାଲରେ ଫଶି ଯାଇଥିଲେ ଦୁରଦର୍ଶନର କ୍ୟାମେରାମ୍ୟାନ ଓ ସିଆର୍ପିଏଫ୍ ଜବାନ | ସୂଚନାଯୋଗ୍ୟ ଯେ, ଦୁରଦର୍ଶନର କ୍ୟାମେରାମ୍ୟାନ ଏକ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ମାଓ ପ୍ରବଣ ବସ୍ତର ଅଂଚଳକୁ ଯାଇଥିଲେ | ମୃତ ଦୁରଦର୍ଶନର କ୍ୟାମେରାମ୍ୟାନ ଜଣକ ହେଲେ ଅଚ୍ୟୁତାନନ୍ଦ ସାହୁ | ତାଙ୍କ ନିଜ ଘର ବଲାଙ୍ଗୀର ଜିଲ୍ଲା ଲୁଇସିଂହାରେ || ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଲେ ପୋଲିସ ଅଧିକାରୀ ରୁଦ୍ର ପ୍ରତାପ ଏବଂ ମୁଖ୍ୟ କନେଷ୍ଟେବଳ ମଙ୍ଗଳୁ | ଆଜି ସକାଳ ୧୧.୪୫ ରେ ନିର୍ବାଚନ ନିୟନ୍ତ୍ରଣରେ ଥିବା ଅଂଚଳ ପରିଦର୍ଶନ ପାଇଁ ଯାଉଥିବା ବେଳେ ନକ୍ସଲଙ୍କ ଗୁଳିରେ ଏମାନଙ୍କ ମୃତ୍ୟୁ ହୋଇଛି | ୩ଦିନ ପୂର୍ବରୁ ଛତିଶଗଡ଼ ବିଜେପୁରରେ ନକ୍ସଲଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୪ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ | ଯେଉଁଥିରେ ଜଣେ ଓଡ଼ିଆ ମଧ୍ୟ ଥିଲେ | ଆଉ ୨ ଜଣ ଯବାନ ଗୁରୁତର ଆହତ ହୋଇ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି | ଆସନ୍ତା ନଭେମ୍ବର ୧୨ ଏବଂ ୨୦ ତାରିଖରେ ଛତିଶଗଡ଼ରେ ଲୋକସଭା ନିର୍ବାଚନ ହେବାକୁ ଅଛି | ତେବେ ଦକ୍ଷିଣ ଛତିଶଗଡ଼ର ମାଓ ପ୍ରବଣ ଅଂଚଳରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ଗତକାଲି ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ, ଛତିଶଗଡ଼ରେ ମାଓବାଦୀ ଆକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.