କେମିତି ଏତେ ସାନ ମାନ୍ୟତାଙ୍କ ପ୍ରେମରେ ପଡ଼ିଲେ ସଞ୍ଜୁବାବା : ବଲିଉଡର ଚର୍ଚ୍ଚିତ ପ୍ରେମ କାହାଣୀ

Published By : Prameya-News7 Bureau | July 22, 2020 IST

ମୁମ୍ବାଇ ୨୨/୭: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ବୟସ ୪୧ବର୍ଷ ହୋଇଥିବାବେଳେ ସଞ୍ଜୟ ଦତ୍ତଙ୍କ ବୟସ ୬୦ବର୍ଷ। ଏମିତିରେ ଦେଖିବାକୁ ଗଲେ ଉଭୟଙ୍କର ବୟସରେ ପାଖାପାଖି ୧୯ବର୍ଷର ବ୍ୟବଧାନ ରହିଛି। ବୟସରେ ଏତେ ବ୍ୟବଧାନ ଥିବା ସତ୍ବେ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି। ଉଭୟଙ୍କ ପ୍ରେମ କାହାଣୀ​‌ରେ ଅନେକ ସାମଞ୍ଜସ୍ୟ ରହିଛି। ଆସନ୍ତୁ ଜାଣିବା ସଞ୍ଜୟ ଦତ୍ତ ଏବଂ ମାନ୍ୟତା ଦତ୍ତଙ୍କ ଏହି ନିଆରା ପ୍ରେମ କାହାଣୀ ବିଷୟରେ।

{"id":304067,"sizeSlug":"large"}

ସଞ୍ଜୟ ଦତ୍ତଙ୍କ ଜୀବନରେ ଏପରି ତ ଅନେକ ଝିଅ ଆସିଥିଲେ ଯାଇଥିଲେ କିନ୍ତୁ ମାନ୍ୟତା ସେହି ସମୟରେ ସଞ୍ଜୟ ଦତ୍ତଙ୍କ ସାଥ ଦେଇଥିଲେ ଯେତେବେଳେ ତାଙ୍କୁ କାହାର ସାହାଯ୍ୟର ସବୁଠୁ ବେଶୀ ଆବଶ୍ୟକ ଥିଲା। ମାନ୍ୟତା ତାଙ୍କ ଜୀବନର ସବୁଠୁ ଖରାପ ସମୟରେ ତାଙ୍କ ନିକଟରେ ଛିଡ଼ା ହୋଇଥିଲେ। ଯେତେବେଳେ ସଞ୍ଜୟ ଜେଲରେ ଥିଲେ ସେତେବେଳେ ମାନ୍ୟତା ତାଙ୍କୁ ସବୁବେଳେ ଦେଖା କରିବାକୁ ଯାଉଥିଲେ।

{"id":304073,"sizeSlug":"large"}

ମାନ୍ୟତାଙ୍କ ଜନ୍ମ ୧୯୭୮ମସିହା ଜୁଲାଇ ୨୨ତାରିଖରେ ମୁମ୍ବାଇର ଏକ ମୁସଲିମ୍ ପରିବାରରେ ହୋଇଥିଲା। ଜନ୍ମ ପରେ ତାଙ୍କ ନାଁ ଦିଲନଓ୍ବାଜ ଶେଖ ରଖାଯାଇଥିଲା। ସେ ଦୁବାଇରେ ବଡ଼ ହୋଇଥିଲେ ଏବଂ ନିଜ ନାଁ ସେ ଇଣ୍ଡଷ୍ଟ୍ରିରେ ସାରା ଖାନ୍ ରଖିଥିଲେ। କେଆରକେଙ୍କ ଫିଲ୍ମ ଦେଶଦ୍ରୋହୀରେ ତାଙ୍କ ସ୍କ୍ରିନ୍ ନେମ୍ ମାନ୍ୟତା କରି ଦିଆଯାଇଥିଲା। ମାନ୍ୟତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା କହିବା ଯଦି ତେବେ ତାଙ୍କ ପ୍ରଥମ ବିବାହ ମେରାଜ ଉରହମାନଙ୍କ ସହ ହୋଇଥିଲା। ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା।

{"id":304083,"sizeSlug":"large"}

ମାନ୍ୟତା ଜଣେ ସଫଳ ଅଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ କେଉଁଠି ମିଳିନଥିଲା। ତେଣୁ ସେ ବି ଏବଂ ସି ଗ୍ରେଡ ଫିଲ୍ମ କରିବା ଆରମ୍ଭ କରି ଦେଇଥିଲେ। ମାନ୍ୟତା ଏବଂ ସଞ୍ଜୟଙ୍କ ପ୍ରଥମ ସାକ୍ଷାତ ସେତେବେଳେ ହୋଇଥିଲା ଯେତେବେଳେ ସଞ୍ଜୟ ମାନ୍ୟତାଙକ ସି ଗ୍ରେଡ ଫିଲ୍ମ ଲଭର୍ସ ଲାଇକ୍ ଅସର ରାଇଟସ କିଣି ଥିଲେ। ଏହି ଫିଲ୍ମର ମିଟିଂ ପରେ ମାନ୍ୟତା ସିଧା ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇଥିଲେ। ଦୁହେଁ ଫୋନରେ କଥା ହୋଇଥିଲେ ଏବଂ ମାନ୍ୟତା ଅନେକ ଥର ସଞ୍ଜୟଙ୍କ ଘରକୁ ଯାଇଥିଲେ। ଯେତେବେଳେ ସଞ୍ଜୟ ଏକୁଟିଆ ରହୁଥିଲେ ସେତେବେଳେ ନିଜ ହାତରେ ରୋଷେଇ କରି ତାଙ୍କୁ ଖାଇବାକୁ ଦେଉଥିଲେ।

{"id":304063,"sizeSlug":"large"}

ସେହି ସମୟରେ ସଞ୍ଜୟ ଦତ୍ତ ନିଜର ଜଣେ ଜୁନିୟର ଆର୍ଟିଷ୍ଟ ନାଦିଆ ଦୁରାନୀଙ୍କୁ ଡେଟ୍ କରୁଥିଲେ। କୁହାଯାଉଥିଲା ଯେ ଗୋଟିଏ ପଟେ ନାଦିଆ ସଞ୍ଜୟ ଦତ୍ତଙ୍କ କ୍ରେଡିଟ୍ କାର୍ଡ଼ରୁ ଶପିଂ କରୁଥିବାବେଳେ ଅନ୍ୟ ପଟେ ମାନ୍ୟତା ନିଃସ୍ବାର୍ଥ ଭାବେ ତାଙ୍କ ପାଇଁ ବହୁତ କିଛି କରୁଥିଲେ। ଏଥିପାଇଁ ସଞ୍ଜୟଙ୍କ ପ୍ରେମ ମାନ୍ୟତାଙ୍କ ଆଡ଼କୁ ଧୀରେ ଧୀରେ ଢ଼ଳିଥିଲା। ୨୦୦୮ମସିହାରେ ସଞ୍ଜୟ ଦତ୍ତ ଗୋଆରେ ମାନ୍ୟତାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେମାନେ ଦୁଇ ପିଲାଙ୍କ ବାପା-ମାଆ।

{"id":304066,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.