Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ବେଫିକର ଡ୍ରାଗନ୍: ଚୀନରେ ଖୋଲିଲା ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଘନେଇଲା କରୋନା ସଂକ୍ରମଣ ଭୟ

20/04/2020 at 3:30 PM

ବେଜିଂ, ୨୦|୦୪:  ସାରା ବିଶ୍ୱ ଏବେ କରୋନା ମହାମାରୀର ସାମ୍ନା କରୁଛି । ଚୀନରୁ ସାରା ଦୁନିଆକୁ ବ୍ୟାପିଥିବା ଏହି ଭାଇରସ ଏବେ ସୁଦ୍ଧା ୧ ଲକ୍ଷ ୬୦ ହଜାରରୁ ଅଧିକ ଜୀବନ ନେଲାଣି । ପ୍ରାୟ ୨୪ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଅନେକ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏହି କ୍ଷତିକୁ ଭରଣା କରିବା ମଧ୍ୟ ସହଜ ନୁହେଁ । ତେବେ ଚୀନରେ କରୋନା ସ୍ଥିତି ସାମାନ୍ୟ ହେବାରେ ଲାଗିଛି । ଏବେ ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀକୁ ପୁଣି ଥରେ ଖୋଲାଯାଇଛି । କିନ୍ତୁ କ୍ଷମତା ଅନୁସାରେ କେବଳ ୩୦ ପ୍ରତିଶତ ଲୋକଙ୍କୁ ଦୈନିକ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ଅନୁମତି ମିଳୁଛି ।

ଚାଇନା ଡେଲିର ରିପୋର୍ଟ ଅନୁସାରେ, ଗ୍ରେଟ୍ ଓ୍ୱାଲ ଅଫ୍ ଚାଇନା ସମେତ ୭୩ଟି ପର୍ଯ୍ୟଟନସ୍ଥଳୀକୁ ଖୋଲାଯାଇଛି । ଏହି ସବୁ ସ୍ଥାନ ସହରଠୁ ଦୂରରେ ରହିଛି । ଅନଲାଇନ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ଏହି ସବୁ ସ୍ଥାନ ହୁନାନ, ଜିୟାଙ୍ଗୁ, ବେଜିଂ ଭଳି ସହର ନିକଟରେ ରହିଛି । ଦେଶର ସର୍ବବୃହତ ମ୍ୟୁଜିୟମକୁ ମଧ୍ୟ ସର୍ବାସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ କରାଯାଇଛି । ତେବେ ଏଥିପାଇଁ କାଉଣ୍ଟର ଟିକେଟ୍ ବ୍ୟବସ୍ଥା ଆରମ୍ଭ ହୋଇ ନାହିଁ ।

ତେବେ ଏଠାରୁ ଲକଡାଉନ ହଟିବା ପରେ ମଧ୍ୟ ଲୋକମାନେ ବାହାରକୁ ଯାଉ ନାହାଁନ୍ତି । ଅନଲାଇନ୍ ଟାକ୍ସି ବୁକିଂ ୮୫ ପ୍ରତିଶତ ହ୍ରାସ ପାଇଛି । ରାସ୍ତାରେ ମଧ୍ୟ ୮୯ ପ୍ରତିଶତ ସ୍ଥାନରେ କୌଣସି ଟ୍ରାଫିକ ଜାମ୍ ଦେଖିବାକୁ ମିଳୁନାହିଁ । ଏପରିକି ସାଙ୍ଘାଇ ଓ ବେଜିଂରେ ମଧ୍ୟ ଗହଳି ଚହଳି ଦେଖିବାକୁ ମିଳୁନି । ଅନ୍ୟପଟେ ଚୀନର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ସୋମବାର ଦେଶରେ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି କିଛି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

   Related Posts