କରୋନା ଭଳି ଅତୀତରେ ଅନେକ ମହାମାରୀ ଆସିଛି , ଗତ ଦୁଇ ଦଶନ୍ଧିରେ ଆତଙ୍କ ଖେଳାଇଛି ୮ଟି ସଂକ୍ରମଣ, ଆଗକୁ ଆହୁରି ନୂଆ ରୋଗର ବିପଦ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩/୩: କୋଭିଡ -୧୯ ବିଶ୍ବରେ ସପ୍ତଦଶ ମହାମାରୀ। ଗତ କିଛି ଦଶକରୁ ପ୍ରତି ୨ବର୍ଷରେ ଏକ ବଡ଼ ରୋଗ ବ୍ୟାପୁଛି। ୨୦୧୨ପରେ କରୋନା ସହ ୫ଟି ବଡ଼ ରୋଗ ସାମନାକୁ ଆସିଛି। ଯେବେଠୁ ମଣି​‌ଷ ତାରିଖର ହିସାବ ରଖିବା ଆରମ୍ଭ କରିଛି, ଅର୍ଥାତ୍ ଖ୍ରୀଷ୍ଟାବ୍ଦ ଆରମ୍ଭ ହେବାରୁ ଏବେ ଯାଏଁ  ୨୦୦୦ବର୍ଷ ମଧ୍ୟରେ ଏହି ମହାମାରୀଗୁଡ଼ିକ ୧୮କୋଟି ୧୫ଲକ୍ଷରୁ ଅଧିକ ଜୀବନ ନେଇଛି। ସବୁଠୁ ଅଧିକ ମୃତ୍ୟୁ ଜଷ୍ଟିନିୟନ ପ୍ଲେଗ୍, ବ୍ଳାକ୍ ଡେଥ ପ୍ଲେଗ୍,ସ୍ପାନିଶ ଇନଫ୍ଲୁଏଞ୍ଜାରେ ହୋଇଛି। ଏହି ୩ଟି ରୋଗରେ ପାଖାପାଖି ୫କୋଟି ଲେଖାଏଁ ଜୀବନ ହାନୀ ହୋଇଛି । ଅର୍ଥାତ୍ ମୋଟ ୧୫କୋଟି ଲୋକଙ୍କ ଜୀବନ ଯାଇଛି।

ଜଷ୍ଟିନିୟନ ପ୍ଲେଗ୍ ଯୋଗୁଁ ବିଶ୍ବରେ ୪ବର୍ଷ ପ୍ରଭାବ ପଡ଼ିଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ପ୍ଲେଗ୍ ଯୋଗୁଁ ବିଶ୍ବରେ ପାଖାପାଖି ୧୦% ଜନସଂଖ୍ୟା ଧ୍ବସ୍ତବିଧ୍ବସ୍ତ ହୋଇଥିଲା।

ଖାସ୍ କଥା ହେଉଛି ଏହା ଯେ ଖ୍ରୀଷ୍ଟାବ୍ଦଠୁ ଆରମ୍ଭ କରି ୧୮୫୨ମସିହା ଯାଏଁ ବିଶ୍ବରେ ୩ଟି ସଂକ୍ରାମକ ରୋଗ ବ୍ୟାପିଥିଲା। ଏହା ପରେ ଏହା ଜୋରସୋରରେ ମାଡ଼ି ଚାଲିଥିଲା। ତାପର ୨୦୦ବର୍ଷରେ ୭ଟି ସଂକ୍ରମଣ ବିଶ୍ବରେ ବ୍ୟାପିଥିଲା। ଏହା ପରେ ସଂକ୍ରମଣ ବ୍ୟାପିବାର ଗତି ଆହୁରି ତୀବ୍ର ହୋଇଥିଲା। ନୂଆ ଶତାବ୍ଦୀଠୁ ଗତ ୧୮ବର୍ଷ ମଧ୍ୟରେ କରୋନାକୁ ମିଶାଇ ୮ଟି ସଂକ୍ରମଣ ବିଶ୍ବରେ ଦେଖାଯାଇଛି। ଉନବିଂଶ ଶତାବ୍ଦୀ ପରେ ବିଶ୍ବରେ ସ୍ବାସ୍ଥ୍ୟ ସେବା ଉନ୍ନତ ହେବାକୁ ଲାଗିଥିଲା ଏଥିପାଇଁ ଏବେ ମହାମାରୀରେ ମୃତ୍ୟୁସଂଖ୍ୟା କମିଛି।

ଚିନ୍ତାର କଥା ହେଉଛି ଏହା ଯେ ଅନେକ ପ୍ରକାରର ଭାଇରସର ଟୀକା ପ୍ରସ୍ତୁତ କରାଯିବା ସତ୍ବେ ମଧ୍ୟ ନୂଆ ନୂଆ ପ୍ରକାରର ଭାଇରସ୍ ଜନ୍ମ ନେଉଛନ୍ତି। କୁହାଯାଉଛି ଯେ ଭବିଷ୍ୟତରେ ଏହି ଭାଇରସଗୁଡ଼ିକ ଆହୁରି ଦ୍ରୃତଭାବେ ଏବଂ ନୂଆ ରୂପରେ ସାମନାକୁ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.