Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ରାୟଗଡା ପାର୍ବତମାଳାରେ ଭୁସ୍ଖଳନ : ଅନେକ ଗାଁ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା

17/08/2019 at 12:57 PM

ରାୟଗଡା (ଗୋପ ରଞ୍ଜନ ବକ୍ସିପାତ୍ର ) ୧୭|୮: ପାର୍ବତମାଳାରେ ଭରପୁର ରାୟଗଡା ଜିଲ୍ଲା। ନଦୀ ଓ ପାହାଡ ଘେରା ଏହି ଜିଲ୍ଲାର ବିଭିନ୍ନ ଗାଁ ପ୍ରତି ଭୁସ୍ଖଳନ ବିପଦ ସାଜିଛି। ନଦୀରୁ ମାଟି ଅତଡା ଖସି ଚାଲିଥିବା ବଳେ ଧସୁଛି ପାହାଡ। ଫଳରେ ଲୋକଙ୍କ ଚିନ୍ତା ବଢିଯାଇଛି। ଦିନକୁ ଦିନ ନଦୀ ଜନବସତି ଆଡକୁ ମାଡି ଆସୁଥିବା ବଳେ ପାହାଡ ନୂଆ ରୂପରେ ଛିଡା ହେଉଛି।

ଏହା ହେଉଛି ରାୟଗଡା ଜିଲ୍ଲାର ଏକ ପ୍ରମୁଖ ଚିରସ୍ରୋତା ନଦୀ ନାଗାବଳୀ। ନାଗାବଳୀ ନଦୀକୁ ରାୟଗଡାର ଜୀବନରେଖା ମଧ୍ୟ କୁହାଯାଉଛି। କାରଣ ଏହି ନଦୀ ଉପରେ ୭୦ପ୍ରତିଶତ ଲୋକ ନିର୍ଭର କରୁଛନ୍ତି। ହଲେ ଗତ କିଛି ବର୍ଷହେବ ନଦୀରେ ବିପର୍ଯୟ ବଢିଚାଲିଛି।  ପ୍ରତିବର୍ଷ ଭୟଙ୍କର ବନ୍ୟା ଆସି ବ୍ୟାପକ କ୍ଷତି ଘଟାଉଛି। ଏଥିସହ ଭୁସ୍ଖଳନ ମଧ୍ୟ ବଢିଚାଲିଛି।

ଫଳରେ ନଦୀ ତଟରେ ଥିବା ଅନେକ ଗାଁ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ବଢିବାରେ ହେବାରେ ଲାଗିଛି। ବନ୍ୟା ଯୋଗୁଁ ପ୍ରତିବର୍ଷ ରାୟଗଡା, କୋଲନରା ଓ କଲ୍ୟାଣସିଂହପୁର ବ୍ଲକ ପ୍ରଭାବିତ ହେଉଛି। ହଲେ ପୂର୍ବରୁ କବେ ବି ଏହିଭଳି ଭୁସ୍ଖଳନ ଘଟିନଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।

ଗତ ୫ ରୁ ୭ବର୍ଷ ହେବ ଏହିଭଳି ଘଟୁଥିବା ସୂଚନା ଦେଇଛନ୍ତି ଅଂଚଳବାସୀ। ଭୁସ୍ଖଳନ ଘଟି ନଦୀର ଗତିପଥରେ ମଧ୍ୟ ପରିବର୍ତନ ଘଟିଲାଣି। କଲ୍ୟାଣସିଂହପୁର ଉପରମୁଣ୍ଡରୁ ଆରମ୍ଭ କରି ରାୟଗଡା ବ୍ଲକ ତଳମୁଣ୍ଡ ପର୍ଯ୍ୟନ୍ତ ସବୁଠି ଭୁସ୍ଖଳନ କାଳ ସାଜିଛି। ଭୁସ୍ଖଳନ ଘଟି ନଦୀ ତଟରେ ଥିବା ମାଟି ଅତଡା, ପଥର ବନ୍ଧ ଓ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ମୃତିକା ସଂରକ୍ଷଣ ହୋଇପାରୁନାହିଁ।

କଲ୍ୟାଣସିଂହପୁର ବ୍ଲକର କୁମ୍ଭାରଗୁଡା ହେଉକି ତଳସାଜା ଓ କୋଲନରା ବ୍ଲକର ଏମାଲିଗୁଡା, ବାଲିଖମାର, ବେଲକଣା, ରାୟଗଡା ବ୍ଲକର ଅମଳାଭଟା, ମାଲିଗାଁ, ଅଡପତିଗୁଡା ସାଙ୍ଗକୁ ରାୟଗଡା ସହରର ୧୧ ନଂ ୱାର୍ଡ ଅନ୍ତର୍ଗତ ଅଂଟାରୁଗୁଡା, ଚେକାଗୁଡା, ରାୟଗଡା ବ୍ଲକ ଅନ୍ତର୍ଗତ ବହେରାଗୁଡା, ଜଗନ୍ନାଥପୁର, ପାରତାପୁର, ଖିଲିମିସିଗୁଡା, ଗୋଷାଇକଂଠୁଆ, କରେଡା, ଅଣିଜା ଇତ୍ୟାଦି ଗାଁ ବର୍ତମାନ ରେଡ ଜୋନକୁ ଚାଲିଆସିଛି।

ସେହିଭଳି ପାହାଡିଆ ସ୍ଥାନରେ ମଧ୍ୟ ଭୁସ୍ଖଳନ  ବଢିଚାଲିଛି। କାଶୀପୁର ବ୍ଲକର କୋଡିଗୁଡା, କଲ୍ୟାଣସିଂହପୁର ବ୍ଲକର ଟେଭାପଡା ଭଳି ଗାଁ ମଧ୍ୟ ଏହାର ଛୋଟ ଉଦାହରଣ। ଏହିଭଳି ଅନେକ ଗାଁ ପ୍ରତି ଦାଉ ସାଧୁଛି ପାହାଡ। ଦିନେ ଯେଉଁ ପାହାଡ ଜୀବନ ଜୀବିକା ପ୍ରଦାନ କରୁଥିଲା ଆଜି ତାହା ଗାଁ ଛାଡିବା ପାଇଁ ବାଧ୍ୟ କରୁଛି। ନଦୀ ଗର୍ଭରୁ ମନଇଛା ବାଲି ଓ ପଥର ଖନନ ଯୋଗୁଁ ଏହିଭଳି ବିପର୍ଯ୍ୟୟ ମାଡିଆସୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 ନଦୀର ଉପର ମୁଣ୍ଡଠାରୁ ଆରମ୍ଭକରି ତଳମୁଣ୍ଡ ପର୍ଯ୍ୟନ୍ତ ସବୁଠି ବେଆଇନ ଭାବେ ବ୍ୟାପକ ପରିମାଣରେ ବାଲି ଓ ପଥର ନଦୀ ଗର୍ଭରୁ ଖନନ ହେଉଛି। ସରକାରଙ୍କ ପରିବେଶ ନିୟନ୍ତ୍ରଣ ନୀତିର ଖୋଲା ଉଲଂଘନ କରାଯାଇ ନାଗାବଳୀ ନଦୀ ଶଯ୍ୟାରୁ ବ୍ୟାପକ ଖନନ କରାଯାଉଛି। ଫଳରେ ନଦୀର ଓସାର ଦିନକୁ ଦିନ ବଢବା ସହ ଗତିପଥରେ ପରିବର୍ତନ ଘଟି ଜନବସତି ଆଡକୁ ମାଡିଆସୁଛି।

ଏହାଦ୍ବାରା ନଦୀରେ ଜଳଧାରଣ କ୍ଷମତା କମିବାରେ ଲାଗିଛି। ଜଳଧାରଣ କ୍ଷମତା କମିବା ଦ୍ବାରା ବର୍ଷ। ଋତୁରେ ବନ୍ୟା ଓ ଗ୍ରୀଷ୍ମ ଋତୁରେ ଉତ୍କଟ ଜଳ ସମସ୍ୟା ଦେଖା ଦେଉଛି। ଗୁରୁରାଜଗୁଡା ଗ୍ରାମ ସଂପୂର୍ଣରୂପେ ନଦୀ ଗର୍ଭରେ ଲୀନ ହୋଇଯାଇଥିବାବଳେ ବର୍ତମାନ ଅନେକ ଗାଁ।ରେ ସେହି ସମାନ ଅବସ୍ଥା ଦେଖାଦେଇଛି। 

ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଭୁସ୍ଖଳନ ନେଇ ଲଗାତାର ଭାବେ ଆଲୋଚନା କରାଯାଉଛି। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯାଇଛି। ନଦୀ ତଟବର୍ତି ଓ ପାହାଡ ନିକଟର ଗାଁଗୁଡିକର ସୁରକ୍ଷା ପାଇଁ ବନ୍ଧ ନିର୍ମ।ଣ କରାଯିବ। ତେବେ ଏଥିରେ ନାବାର୍ଡ ସହାୟତା କରୁନଥିବା ଖବର ଆମର ହସ୍ତଗତ ହୋଇଥିବା ବଳେ ଅତିରିକ୍ତ ଜିଲ୍ଲାପାଳ ଜାଣିନଥିବା କହିଛନ୍ତି। 

ତୁରନ୍ତ ସରକାର ନାଗାବଳୀ ନଦୀର ଜଳକୁ ସୁବ୍ୟବହାର କରିବା ସହିତ ପାହାଡିଆ ସ୍ଥାନରେ ସୁରକ୍ଷା କରିବାପାଇଁ ଏକ ଲମ୍ବା ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହା ହଲେ ହିଁ ବିପର୍ଯ୍ୟୟ ରୋକାଯାଇ ପାରିବ।

   Related Posts