କେବଳ ମାସ୍କ ପିନ୍ଧିଲେ କି ହାତ ଧୋଇଲେ ହେବ ନାହିଁ, ଆପଣଙ୍କ ଟାଓ୍ବେଲରେ ମଧ୍ୟ ଲୁଚି ଥାଇପାରେ ଭାଇରସ୍ : ଜାଣନ୍ତୁ କିଭଳି ରଖିବେ ଏହାକୁ ସୁରକ୍ଷିତ

Published By : Prameya-News7 Bureau | April 10, 2020 IST

ଟାଓ୍ବେଲ୍ ଏକ ଏପରି ଜିନିଷ ଯାହାକୁ ସମସ୍ତେ ଗାଧୋଇବାବେଳେ ବ୍ୟବହାର କରିଥାଆନ୍ତି। ସକାଳେ ଗାଧୋଇବାଠୁ ଆରମ୍ଭ କରି ରାତିରେ ଶୋଇବାବେଳେ ମୁହଁ ଧୋଇବା ଯାଏଁ ଲୋକେ ଦିନରେ ଅନେକ ଥର ଟାଓ୍ବେଲର ବ୍ୟବହାର କରିଥାଆନ୍ତି। ପ୍ରତ୍ୟେକ ଥର ଏହାକୁ ବ୍ୟବହାର କରିବାବେଳେ ଟାଓ୍ବେଲରେ ଅନେକ ପ୍ରକାରର ଜୀବାଣୁ ରହିଯାଇଥାଏ। ଆପଣ ଜାଣିଛନ୍ତି କି ଏକ ଅପରିଷ୍କାର ଟାଓ୍ବେଲ୍ ବ୍ୟବହାର କରିବା ଦ୍ବାରା ଆପଣଙ୍କ ଶରୀରରେ ଏକାଠି କେତେ ପ୍ରକାରର ମାରାତ୍ମକ ଜୀବାଣୁ ପ୍ରବେଶ କରି ପାରିବେ। ଆସନ୍ତୁ ଜାଣିବା କିପରି ଆପଣ କିଛି ଷ୍ଟେପ୍ ଫଲୋ କରି ଟାଓ୍ବେଲକୁ ଧୋଇ ସଫା କରିପାରିବେ।

୧. ନିୟମିତ ଭାବେ ସଫା କରନ୍ତୁ : ଲୋକେ ପ୍ରତିଦିନ ନିୟମିତ ଭାବେ ଟାଓ୍ବେଲ୍ ବ୍ୟବହାର କରିଥାଆନ୍ତି। ମନେ ରଖନ୍ତୁ ଟାଓ୍ବେଲକୁ ପ୍ରତି ୫ରୁ ୭ଥର ବ୍ୟବହାର କରିବା ପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଜୀବାଣୁମୁକ୍ତ କରିବା ପାଇଁ ଏହାକୁ ଗରମ ପାଣିରେ ଧୁଅନ୍ତୁ। ଏହାକୁ ଅକ୍ସିଜେନ୍ ବ୍ଲିଚ୍ ଥିବା ଯେକୌଣସି ଡିଟରଜେଣ୍ଟରେ ମଧ୍ୟ ଧୁଆଯାଇପାରିବ।

୨.ଖୋଲା ପବନ ଏବଂ ଖରାରେ ଶୁଖାନ୍ତୁ : ଅଧିକାଂଶ ଲୋକେ ଟାଓ୍ବେଲ୍ ବ୍ୟବହାର କରିବା ପରେ ଏହାକୁ ବେଡ,ଚେୟାର କିମ୍ବା ବାଥରୁମରେ ଛାଡ଼ି ଦିଅନ୍ତି ଯାହା ଦ୍ବାରା ଏଥିରେ ଅଧିକ ମାତ୍ରାରେ ଜୀବାଣୁ ଏବଂ ବ୍ୟାକ୍ଟେରିଆ ଜନ୍ମ ହୁଅନ୍ତି। ଟାଓ୍ବେଲକୁ ସଫା ରଖିବା ପାଇଁ ଏହାକୁ ଖରାରେ ଶୁଖାନ୍ତୁ କିମ୍ବା ଏପରି ସ୍ଥାନରେ ଶୁଖାନ୍ତୁ ଯେଉଁଠି ପବନ ଆସୁଥିବ। ଯେଉଁ ସ୍ଥାନରେ ଭେଣ୍ଟିଲେସନ ରହୁଥିବ ସେହି ସ୍ଥାନରେ ଏହାକୁ ଶୁଖାଇବା ଦ୍ବାରା ଗନ୍ଧ ହେବ ନାହିଁ।

୩.ଭିନେଗାର ମିଶାଇ ଧୁଅନ୍ତୁ : ଟାଓ୍ବେଲକୁ ଭଲଭାବେ ସଫା କରିବା ପାଇଁ ଧୋଇବା ପାଣିରେ ଡିଟରଜେଣ୍ଟ ସହ ଭିନେଗାର ମିଶାଇ ପାରନ୍ତି। ଫଳରେ ଆପଣଙ୍କ ଟାଓ୍ବେଲ୍ ସଫା ହୋଇଯିବ।

୪. ଅଧିକ ପୁରୁଣା ଟାଓ୍ବେଲ୍ ବ୍ୟବହାର କରନ୍ତୁ ନାହିଁ : ଏକ ଟାଓ୍ବେଲକୁ ଦୀର୍ଘ ଦିନ ବ୍ୟବହାର କଲେ ଏହାର କପଡ଼ା ଖରାପ ହୋଇଯାଇଥାଏ ଯାହା ଦ୍ବାରା ଏହା ଆପଣଙ୍କ ଶରୀରକୁ ଭଲଭାବେ ସଫା କରିପାରେ ନାହିଁ। ତେଣୁ ଏହା ପୁରୁଣା ହୋଇଗଲେ ଏହାକୁ ତୁରନ୍ତ ବଦଳାଇଦିଅନ୍ତୁ।

୫. ନିଜ ଟାଓ୍ବେଲକୁ ସେୟାର କରନ୍ତୁ ନାହିଁ : ମାଇକ୍ରୋବ୍ସ ଏବଂ ଜୀବାଣୁରୁ ମୁକ୍ତି ପାଇବା ପାଇଁ ଟାଓ୍ବେଲକୁ ସଫା ରଖିବା ଜରୁରୀ। ଏହାକୁ ଘରର କୌଣସି ସଦସ୍ୟଙ୍କ ସହ ସେୟାର କରନ୍ତୁ ନାହିଁ। କେତେକ ଘରେ ଅନେକ ଲୋକ ଗୋଟିଏ ଟାଓ୍ବେଲକୁ ବ୍ୟବହାର କରନ୍ତି। ଏପରି କରିବା ଦ୍ବାରା ସେମାନଙ୍କୁ ଅନେକ ପ୍ରକାରର ସଂକ୍ରମଣ ଏବଂ ସ୍କିନ୍ ଆଲର୍ଜି ହୋଇପାରେ। ଏଥିପାଇଁ ସବୁବେଳେ ନିଜ ଟାଓ୍ବେଲକୁ କୌଣସି ପରିବାର ସଦସ୍ୟ କିମ୍ବା ପାର୍ଟନରଙ୍କ ସହ ସେୟାର କରନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.