ସହିଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣା : ଦେବାଶିଷଙ୍କ କୁଶପୁତ୍ତଳିକା ଦାହ

Published By : Prameya-News7 Bureau | February 23, 2019 IST

କଟକ ୨୩/୨: ବଢ଼ୁଛି ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଡ଼ୁଆ। ସହିଦ ମନୋଜଙ୍କ ସମ୍ପର୍କୀୟ ଦାଦାଙ୍କୁ ଦେବାଶିଷ ତଣ୍ଟିଆ ମାରିବା ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଆଜି କଟକ ନଗର କଂଗ୍ରେସ ଦେବାଶିଷଙ୍କ ଗିରଫଦାରୀ ଓ ତାଙ୍କୁ ବିଜେଡ଼ିରୁ ବହିଷ୍କାର କରିବା ଦାବିରେ ସହରର ୫୫ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଛି। ସେପଟେ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଦେବାଶିଷଙ୍କ ଗିରଫ ଦାବିକରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

{"id":87914,"width":596,"height":449}

ସେହିପରି କେତେକ ସାମାଜିକ ସଙ୍ଗଠନ ଓ ପୂର୍ବତନ ସେନା କର୍ମଚାରୀମାନେ ମଧ୍ୟ ଦେବାଶିଷଙ୍କ ଆଚରଣକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଉ କିଛି ସାମାଜିକ କର୍ମୀ ବାଦାମବାଡ଼ି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ପୂର୍ବତନ ସେନା କର୍ମଚାରୀମାନେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଦେବାଶିଷଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

{"id":87915,"width":596,"height":448}

ସେପଟେ ବାଦାମବାଡ଼ି ଥାନାରେ ଦେବାଶିଷଙ୍କ ବିରୋଧରେ ଗତକାଲି ଏତଲା ଦିଆଯାଇଥିଲା। ଆଜି ସେହି ଏତଲାକୁ ଭିତ୍ତି କରି କମିଶନରେଟ ପୋଲିସ୍ ଦେବାଶିଷଙ୍କ ବିରୋଧରେ ମାମଲା ରୁଜୁ କରିଛି।

{"id":87916,"width":599,"height":441}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.