Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସଡକରେ ଚାଲି ଚାଲି ନଆସନ୍ତୁ ଶ୍ରମିକ, ଆହୁରି ୨୫୦ ଟ୍ରେନ୍‌ ବ୍ୟବସ୍ଥା କଲେ ଯୋଗୀ ସରକାର

17/05/2020 at 9:30 PM

ଲକ୍ଷ୍ନୌ ୧୭।୦୫: ଦେଶର ଅଲଗା-ଅଲଗା ରାଜ୍ୟରେ ଫସିଥିବା ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କୁ ଆଣିବା ପାଇଁ ଉତ୍ତର ପ୍ରଦେଶ ସରକାର ଏ ପର୍ଯ୍ୟନ୍ତ ମୋଟ୍ ୫୨୨ ଶ୍ରମିକ ଟ୍ରେନ୍‌ ବ୍ୟବସ୍ଥା କରି ସାରିଛି। ଟ୍ରେନ୍ ସହିତ ବସ୍‌ ଓ ଅନ୍ୟ ସାଧନ ଜରିଆରେ ରବିବାର ସୁଦ୍ଧା ଉତ୍ତର ପ୍ରଦେଶକୁ ୬ ଲକ୍ଷ ୫୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଓ କର୍ମଜୀବୀଙ୍କୁ ଅନ୍ୟ ରାଜ୍ୟରୁ ଅଣା ଯାଇଛି। ଗୃହ ଏବଂ ସୂଚନା ବିଭାଗର ମୁଖ୍ୟ ସଚିବ ଅବନିଶ କୁମାର ଅବସ୍ତି ଏହି ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି, ଶନିବାର ପ୍ରାୟ ଦେଢ ଲକ୍ଷ ଶ୍ରମିକ ୟୁପି ଆସିଛନ୍ତି। ଏହା ବ୍ୟତୀତ ପ୍ରବାସୀ ଶ୍ରମିକଙ୍କ ପାଇଁ ଆହୁରି ୨୫୦ ଅନ୍ୟ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି।

ଅବନିଶ ଅବସ୍ତି କହିଛନ୍ତି, ଶନିବାର ରାତି ସୁଦ୍ଧା ୮୭ ଟ୍ରେନ୍ ରାଜ୍ୟକୁ ଫେରି ସାରିଛି। ରବିବାର ସକାଳ ସୁଦ୍ଧା ୫୨୨  ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୬ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରି ସାରିଛନ୍ତି। ରବିବାର ଆହୁରି ୮୭ ଟ୍ରେନ୍ ଉତ୍ତର ପ୍ରଦେଶ ଆସୁଛି। ରାଜ୍ୟରେ ପ୍ରବାସୀ ଶ୍ରମିକ ଓ କର୍ମଜୀବୀଙ୍କୁ ଟ୍ରେନ୍‌ରେ ଆଣିବାର ବ୍ୟବସ୍ଥା କ୍ରମାଗତ ଜାରି ରହିଛି। ଏହି କ୍ରମରେ ଆହୁରି ୨୫୦ ଟ୍ରେନ୍‌କୁ ଅନୁମତି ଦିଆଯାଇଛି। ସେ କହିଛନ୍ତି ଶନିବାର ଦିଲ୍ଲୀରୁ ପ୍ରଥମ ଥର ୟୁପି ପାଇଁ ଟ୍ରେନ୍ ଚାଲିଛି।

ଦିଲ୍ଲୀରୁ ପ୍ରତି ଦିନ ୧୧ ଟ୍ରେନ୍

ଅବସ୍ଥି କହିଛନ୍ତି ଦିଲ୍ଲୀରୁ ପ୍ରତି ଦିନ ୧୧ ଟ୍ରେନ୍‌ ଉତ୍ତର ପ୍ରଦେଶର ବିଭିନ୍ନ ଜନପଦ ପାଇଁ ଚାଲିବ। ଶନିବାର ସୁଦ୍ଧା ଶ୍ରମିକଙ୍କୁ ଆଣି ଥିବାରୁ ରେଲଓ୍ଵେକୁ ୬ କୋଟି ଟଙ୍କା ଦିଆଯାଇଛି। ସୋମବାର ଆହୁରି ୩୦ କୋଟି ଟଙ୍କା ରେଲଓ୍ଵେକୁ ଦିଆଯିବ।

   Related Posts