Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କେମିତି ଚାଲିଥିଲା ସେକ୍ସ ରାକେଟ୍‌, କେମିତି ଆସୁଥିଲେ ଗ୍ରାହକ ଓ ଦେହଜୀବୀ ସବୁ ଗୁମର ଖୋଲିଲା ସାହିଲ ହୋଟେଲର ମ୍ୟାନେଜର

20/07/2019 at 4:21 PM

ମିରଟ ୨୦/୭: ମିରଟର ଶାସ୍ତ୍ରୀନଗରର ସେଣ୍ଟ୍ରାଲ୍ ମାର୍କେଟ ବ୍ୟବସାୟ ସଙ୍ଘର ପୂର୍ବତନ ସଚିବ ବିନୋଦ ଅରୋରାଙ୍କ ସାହିଲ ହୋଟେଲରୁ ସେକ୍ସ ରାକେଟରେ ଧରା ପଡ଼ିବା ପରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି। ହୋଟେଲର ମ୍ୟାନେଜର ଅଶୋକ କୁମାରକୁ ପଚରାଉଚୁରା ବେଳେ ସେ ପୋଲିସକୁ କହିଥିଲା ଯେ ଗତ ଦୁଇ ବର୍ଷ ହେଲା ଯୁବତୀଙ୍କୁ ଡିମାଣ୍ଡରେ ଡକାଯାଉଥିଲା।

ହୋଟେଲରେ ଘଣ୍ଟାଏ ପାଇଁ ୨୫୦୦ଟଙ୍କା ଏବଂ ନାଇଟ ଷ୍ଟେ ପାଇଁ ୫୦୦୦ଟଙ୍କା ନିଆଯାଉଥିଲା।

ସାହିଲ ହୋଟେଲରୁ ସହରର ଅନ୍ୟ ହୋଟେଲକୁ ମଧ୍ୟ ଯୁବତୀ ଚାଲାଣ କରାଯାଉଥିଲା। ପୋଲିସ୍ ସହରର ଅନ୍ୟାନ୍ୟ ବଡ଼ ବଡ଼ ହୋଟେଲ ଉପରେ ଏବେ କଡା ନଜର ରଖିଛି।

ପୋଲିସ ଶାସ୍ତ୍ରୀନଗରର ସେଣ୍ଟ୍ରାଲ ମାର୍କେଟକୁ ଘେରଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଥିଲା। ଏଠାରୁ ପୋଲିସ୍ ହୋଟେଲର ମ୍ୟାନେଜର,ସେକ୍ସ ରାକେଟର ୨ସଞ୍ଚାଳକ ,୪ଯୁବକ ଏବଂ ୨ଯୁବତୀଙ୍କୁ ଗିରଫ କରିଥିଲା।

ପୋଲିସଙ୍କ କହିବା ମୁତାବକ ସମସ୍ତ ୮ଜଣ ଅଭିଯୁକ୍ତଙ୍କୁ ଗତ ଗୁରୁବାର ସ୍ପେଶାଲ ଡିଜିଏମ୍ କୋର୍ଟରେ ହାଜର କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ହୋଟେଲ ମାଲିକ ବିନୋଦ ଅରୋରା ବିରୋଧରେ ମଧ୍ୟ ଅନୈତିକ ଦେହ ବ୍ୟବସାୟର ଅଧିନିୟମରେ ମାମଲା ରୁଜୁ କରାଯାଇଛି।

 ହୋଟେଲ ମ୍ୟାନେଜରର କହିବା ମୁତାବକ ହୋଟେଲ ବାହାରେ ଏକ ଦୋକାନ ରହିଛି। କାହାକୁ ଯେପରି ସନ୍ଦେହ ନହେବ ସେଥିପାଇଁ ସନ୍ଧ୍ୟା ପରେ ଏହି ଦୋକାନ ବାଟ ଦେଇ ଏଠାକୁ ଯୁବତୀଙ୍କୁ ଅଣାଯାଉଥିଲା।

ପ୍ରାୟ ୧୩ଜଣ ଯୁବତୀଙ୍କ ଫଟୋ ପୋଲିସକୁ ମିଳିଛି। ଗ୍ରାହକଙ୍କୁ ହ୍ବାଟସଆପରେ କଲ୍ କରି ହୋଟେଲର ରୁମ୍ ବୁକ୍ କରାଯାଉଥିଲା। ଅନେକ ଥର ଅନେକ ଗ୍ରାହକ ଏକାଠି ଆସୁଥିଲେ। ହୋଟେଲରେ ସିସିଟିଭି କ୍ୟାମେରା ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି। ହୋଟେଲରେ ୩ମାସ ହେବ ରହୁଥିବା ବ୍ୟକ୍ତିଙ୍କ ନାଁ,ଠିକଣା ଏବଂ ଆଇଡି ଯାଞ୍ଚ ବେଳେ ମଧ୍ୟ ଏହା ନକଲି ବୋଲି ଜଣାପଡ଼ିଛି। ହୋଟେଲକୁ ଯେଉଁ ଯୁବତୀଙ୍କୁ ଅଣାଯାଉଥିଲା ସେମାନଙ୍କୁ ଅଲଗା ଅଲଗା ରୁମ ଦିଆଯାଉଥିଲା।

   Related Posts