Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

କଫି ରିଟେଲ୍ ଚେନ୍ କାଫେ କଫି ଡେ’ ମାଲିକ ଭି.ଜି ସିଦ୍ଧାର୍ଥଙ୍କର ମୃତଦେହ ମିଳିବା ପରେ ନାନା ପ୍ରଶ୍ନ , ଏପଟେ ଆରମ୍ଭ ହେଲା ରାଜନୀତି

31/07/2019 at 6:21 PM

ମାଙ୍ଗାଲୋର୩୧|୭: ଦେଶର ପ୍ରତିଷ୍ଠିତ କଫି ରିଟେଲ୍‌ ଚେନ୍‌ କାଫେ କଫି ଡେ’ ମାଲିକ ଭି.ଜି ସିଦ୍ଧାର୍ଥଙ୍କର ମୃତଦେହ ମିଳିବା ପରେ ନାନାଦି ପ୍ରଶ୍ନ ଠିଆ ହୋଇଛି । ବ୍ୟାବସାୟିକ କ୍ଷତି ଏବଂ ଆୟକର ବିଭାଗର ଚାପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କର ନୀତିକୁ ଅନେକ ଦାୟୀ କରିଛନ୍ତି। ଆୟକର ଚାପରେ ଭି.ଜି ସିଦ୍ଧାର୍ଥଙ୍କ ଭଳି ବ୍ୟବସାୟୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ବିଶିଷ୍ଟ ଉଦ୍ୟୋଗପତି ଭି.ଜି. ସିଦ୍ଧାର୍ଥଙ୍କ ମୃତଦେହ ମିଳିଲା । ମାଙ୍ଗାଲୋର ନିକଟ ନେତ୍ରାବତୀ ନଦୀରୁ ତାଙ୍କ ମୃତଦେହ ମିଳିଛି । ଦେଶର ସବୁଠୁ ବଡ଼ କଫି ରିଟେଲ୍‌ ଚେନ୍‌- ସିସିଡିର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ନାନାଦି ପ୍ରଶ୍ନ ଉଠିଛି । କଣ ସେ ଆତ୍ମହତ୍ୟା କରିଛନ୍ତି?  

ଗତ ସୋମବାର ସଂଧ୍ୟାରେ ମାଙ୍ଗାଲୋରର ନେତ୍ରାବତୀ ନଦୀ ପୋଲ ଉପରେ କାର ରଖିବାକୁ ଡ୍ରାଇଭରକୁ କହିଥିଲେ ଭି.ଜି ସିଦ୍ଧାର୍ଥ । ଏହାପରେ ନିଜେ କେଉଁଆଡ଼େ ଚାଲିଯାଇଥିଲେ । ଦିନରାତି ଏକ କରି ଉଦ୍ଧାରକାରୀ ଦଳ  ଖୋଜାଖୋଜି କରିଥିଲେ। ସକାଳୁ ନଦୀ କୂଳରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।….

ଦେଶର ସବୁଠୁ ବଡ଼ କଫି ରିଟେଲ୍‌ ଚେନ୍‌ ସିସିଡିର ମାଲିକ ଭି.ଜି ସିଦ୍ଧାର୍ଥ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍. କ୍ରିଷ୍ଣାଙ୍କର ଜ୍ବାଇଁ । ସି ଦ୍ଧାର୍ଥଙ୍କ ପରିବାର ପ୍ରାୟ ଦେଢ଼ଶହ ବର୍ଷ ଧରି କଫି ବିଜନେସ୍‌ ସହିତ ଜଡ଼ିତ ।
ଦେଶର ୨୪୦ଟି ସହରରେ ଅଛି ସିସିଡିର ପ୍ରାୟ ୧୭୫୦ଟି ରିଟେଲ୍ ଆଉଟଲେଟ୍ । କଫିକୁ ନେଇ ବିରାଟ ସାମ୍ରାଜ୍ୟ ଠିଆ କରାଇଥିଲେ। ତେବେ ସେ କାହିଁକି ମାନସିକ ଚାପରେ ରହିଲେ । ସୂଚନା ଅନୁସାରେ କମ୍ପାନୀ ଉପରେ ପ୍ରାୟ ୭ ହଜାର କୋଟି ଟଙ୍କାର ଋଣବୋଝ ଥିଲା ।  
ଆତ୍ମହତ୍ୟା ପୂର୍ବରୁ ଜୁଲାଇ ୨୭ରେ ସେ ଲେଖିଥିବା ଚିଠି ହିଁ ବିବାଦର କେନ୍ଦ୍ରରେ ରହିଛି। ଆୟକର ବିଭାଗ ତାଙ୍କୁ ହଇରାଣ କରୁଥିବା ସେ ଉଲ୍ଲେଖ କରିଥିଲେ। ଯଦିଓ ଆୟକର ବିଭାଗ ଏହାକୁ ମନା କରିଛି। ତେବେ ଆୟକର ବିଭାଗର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇ କଂଗ୍ରେସ।  କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଆୟକର ଚାପରେ ଲୋକ ଆତ୍ମହତ୍ୟା କରୁଥିବା ଅଭିଯୋଗ କରିଛି।  ବିଜେପି ଏହାକୁ ଖଣ୍ଡନ କରିଛି ।..
ଭି.ଜି ସିଦ୍ଧାର୍ଥଙ୍କ ପରଲୋକ ପରେ ଆଜି ଦେଶବ୍ୟାପୀ ସିସିଡି ଆଉଟଲେଟ୍‌ ବନ୍ଦ ରହିଛି । ଏପରିକି କର୍ଣ୍ଣାଟକର କଫି କ୍ଷେତ ଗୁଡ଼ିକରେ କାମ ବନ୍ଦ କରିଦିଆଯାଇଛି।  ସେୟାର ବଜାରରେ ସିସିଡିର ସେୟାର ମୂଲ୍ୟରେ ଖୁବ୍‌ ଅବନତି ଘଟିଛି। ନିବେଶକଙ୍କର ପ୍ରାୟ ୨୮୦୦ କୋଟି ଟଙ୍କାର କ୍ଷତି ହୋଇଛି।

   Related Posts