Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଦକ୍ଷିଣ ଓଡିଶାର ମୁଖ୍ୟ ଚିକିତ୍ସାଳୟ କିନ୍ତୁ ନାହିଁ ନାହିଁରେ ଚାଲିଛି: ଡାକ୍ତର ନାହାଁନ୍ତି, ଖୋଲିପାରିନି ବର୍ଣ୍ଣ୍ ୟୁନିଟ୍

13/03/2020 at 5:23 PM

ବ୍ରହ୍ମପୁର, ୧୩|୦୩: ଦକ୍ଷିଣ ଓଡିଶା ସହ ପଡୋଶୀ ରାଜ୍ୟର ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଛି ଏମ.କେ.ସି.ଜି ମେଡିକାଲ କଲେଜ । ହେଲେ ଏହି ଉଦ୍ଦେଶ୍ୟ କେତେ ଦୂର ପୂରଣ ହୋଇପାରିଛି ଆଉ କେମିତି ଚାଲିଛି ରୋଗୀ ସେବା, ଦେଖନ୍ତୁ ଏହି ବିଶେଷ ରିପୋର୍ଟ ।

ବ୍ରହ୍ମପୁରରେ ଥିବା ଏହି ଏମ୍.କେ.ସି.ଜି ମେଡିକାଲ କଲେଜ ହେଉଛି ଦକ୍ଷିଣ ଓଡିଶାର ଏକ ମାତ୍ର ବୃହତ୍ତମ ହସ୍ପିଟାଲ । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରୁ ରୋଗୀ ଅନେକ ଆଶା ଓ ଭରସା ନେଇ ଏଠାକୁ ଆସିଥାନ୍ତି । ବିଶ୍ବାସ ଥାଏ ଯେ ସବୁ ଆଡୁ ନିରାଶ ହୋଇ ଫେରିବା ପରେ ଏଇ ବଡ ମେଡିକାଲରେ ଚିକିତ୍ସା ହୋଇ ସେମାନେ ଭଲ ହୋଇଯିବେ ।

ହେଲେ ବର୍ତ୍ତମାନ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପିଡଥଇବା ଅଭିଯୋଗ ହୋଇଛି । ଏ ଅଭିଯୋଗର କାରଣ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଡାକ୍ତର ଅଭାବ । ଗୁରୁତ୍ବପୂର୍ଣ୍ଣ ବିଭାଗ ଗୁଡିକରେ ଡାକ୍ତର ଅଭାବ କାରଣରୁ ରୋଗୀ ଚିକିତ୍ସିତ ହୋଇନପାରି ଫେରିଯାଉଛନ୍ତି । ବର୍ଣ୍ଣ ୟୁନିଟ ଏ ପର୍ଯ୍ୟନ୍ତ ଖୋଲିପାରିନଥିବା ବେଳେ, ସର୍ଜରୀ, କାର୍ଡିଓଲୋଜି, ସର୍ଜରୀ, ନ୍ୟୁରୋ ସର୍ଜରୀ, ନେପ୍ରୋଲୋଜି, ୟୁରୋଲୋଜି ଆଦି ବିଭାଗ କଥା ନକହିବା ଭଲ । ନର୍ସ ଓ ଅନ୍ୟ କର୍ମଚାରୀ ପଦବୀ ବି ଖାଲି ପଡିଛି । ବର୍ତ୍ତମାନ ବିଭିନ୍ନ ବିଭାଗର କ୍ୟାବିନ ଫିସ୍ ୧୫୦ ରୁ ୭୫୦ ଟଙ୍କା କରିବାକୁ ପ୍ରସ୍ତାବ ରହିଥିବା କଥା ମଧ୍ୟ କୁହାଯାଉଛି । ତୁରନ୍ତ ଏ ସମସ୍ୟାର ସମାଧାନ କରାନଗଲେ ସମଗ୍ର ଜିଲ୍ଲାରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି  ଅଲ ଇଣ୍ଡିଆ ଡି.ଓ୍ବାଇ. ଓ ବ୍ରହ୍ମପୁର ଶାଖା ।

ଉନ୍ନତ ଚିକିତ୍ସା ସେବା ଆଶାରେ କାହିଁ କେତେ ଦୂରରୁ ଆସିଥିବା ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇନଡୋର ସମ୍ମୁଖରେ ହଜାର ହଜାର ରୋଗୀ ଏବଂ ସମ୍ପର୍କୀୟ ଅପେକ୍ଷା କରୁଥିବା ବେଳେ, ଚିକିତ୍ସା ଟିକଟ ନେବା ପାଇଁ  ଖରାରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଅପେକ୍ଷା କରିବାକୁ ବି ପଡୁଛି । ସେପଟେ ଏସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ମେଡିକାଲ ସୁପରିଟେଣ୍ଡେଣ୍ଟ କହିଥିବା ବେଳେ, ସମସ୍ତ ପ୍ରକାର ସୁବ୍ୟବସ୍ଥା ଗ୍ରହଣ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

   Related Posts