Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବିଗୁଡୁଛି OUAT ସ୍ଥିତି, ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ବି କର୍ତ୍ତୃପକ୍ଷ ଚୁପ୍‌

15/07/2020 at 12:12 PM

ଭୁବନେଶ୍ବର ୧୫।୦୭ : ସାରାରାଜ୍ୟରେ ଏବେ କରୋନା ଚିନ୍ତା । ଦିନକୁ ଦିନ ଅଣାୟତ୍ତ ହୋଇଚାଲିଛି କରୋନା ଭାଇରସ । ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏବେ ଓଡିଶାର ଏକ ବଡ ବିଶ୍ୱବିଦ୍ୟାଳୟରେ କରୋନା ଭୟ ଦେଖାଦେଇଛି । ପ୍ରଥମେ ଭୀମ୍‌ସାର ଓ ଭିସୁଟ୍‌ । ଆଉ ଏବେ ଓୟୁଏଟିରେ ମଧ୍ୟ ଦେଖିବାକୁ ମିଳିଲାଣି କରୋନା ସଂକ୍ରମଣ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟିରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି ।

ପ୍ରଥମେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଜଣେ କର୍ମଚାରୀଙ୍କ ପତ୍ନୀଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା । ଦୁଇଦିନ ପରେ କୃଷି ବିଜ୍ଞାନ କଲେଜର ମୃତ୍ତିକା ବିଜ୍ଞାନ(ସଏଲ୍‌ ସାଇନ୍ସ୍‌) ବିଭାଗର ପ୍ରଫେସରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ପୁଣି କୃଷି ଯାନ୍ତ୍ରିକ ମହାବିଦ୍ୟାଳୟର ଜଣେ ରିସର୍ଚ୍ଚ ଆସିଷ୍ଟାଣ୍ଟଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି । ଜଣକ ପରେ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସୁଥିବା ବେଳେ ଓୟୁଏଟି କର୍ତ୍ତୃପକ୍ଷ କିନ୍ତୁ ଚେତୁନାହାନ୍ତି ।

ତେବେ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ଅଣଶିକ୍ଷକ କର୍ମଚାରୀ ସଂଘ ଦାବି କରିଛନ୍ତି । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଭିମସାରରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କ୍ୟାମ୍ପସ୍‌ ସଟ୍‌ ଡାଉନ୍‌ କରାଯାଇଥିବା ବେଳେ ଆମର କାହିଁକି କରାଯାଉନି ବୋଲି କର୍ମଚାରୀ ଯୁକ୍ତି ବାଢ଼ିଛନ୍ତି । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସକୁ ସିଲ୍‌ ନ କରି ସରକାରଙ୍କ ଗାଇଡଲାଇନ୍‌ ଭିିତରେ କାମ କରୁଥିବା ସଫେଇ ଦେଇଛନ୍ତି ।

   Related Posts