ଆମେରିକା: କରୋନା ଲକ୍ଷଣ ନାହିଁ, କିନ୍ତୁ ହଠାତ ପ୍ରାଣ ହରାଉଛନ୍ତି ସୁସ୍ଥ ବ୍ୟକ୍ତି, ସତର୍କ କରାଇଲେ ଡାକ୍ତର

Published By : Prameya-News7 Bureau | April 25, 2020 IST

ନ୍ୟୁୟର୍କ, ୨୫|୦୪:  କରୋନା ଭାଇରସ ପାଇଁ ହଠାତ ସୁସ୍ଥଲୋକମାନେ ପ୍ରାଣ ହରାଇଛନ୍ତି । ଏନେଇ ଆମେରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଏହାମଧ୍ୟରୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କଠାରେ କୌଣସି ରୋଗର ଲକ୍ଷଣ ଦେଖିବାକୁ ମିଳୁନାହିଁ । କିନ୍ତୁ ହଠାତ ଷ୍ଟ୍ରୋକସ୍ ଆସି ସେମାନେ ପ୍ରାଣ ହରାଇଛନ୍ତି । ନ୍ୟୁୟର୍କରେ ଅନେକ ଲୋକ ନିଜନିଜ ଘରେ ପ୍ରାଣ ହରାଉଛନ୍ତି ।

ଓ୍ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ, ଏମଏସବିଆଇ ହସ୍ପିଟାଲର ଡାକ୍ତର ଥମସ୍ ଆକ୍ସଲୀ କହିଛନ୍ତି ଯେ, ଜଣେ ଆକ୍ରାନ୍ତ କୌଣସି ମେଡିସିନ୍ ନେଉନଥିଲେ । ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନଥିଲା । ଅନ୍ୟମାନଙ୍କ ଭଳି ସେ ମଧ୍ୟ ନିଜ ଘରେ ରହିଥିଲେ । ହଠାତ ସେ କଥା କହିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାଂଚରେ ସେ ଷ୍ଟ୍ରୋକସର ଶିକାର ହୋଇଥିବା ଜଣାପଡିଥିଲା ।ତାଙ୍କ ମୁଣ୍ଡରେ ବହୁତ ବଡ ବ୍ଲକେଜ୍ ହୋଇଥିଲା । ଅଧିକ ଯାଂଚରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲେ । ତାଙ୍କ ବୟସ ମାତ୍ର ୪୪ ରହିଥିଲା । ଏହି ଷ୍ଟ୍ରୋକସର ଶିକାର ହେଉଥିବା ବ୍ୟକ୍ତି ସାଧାରଣତଃ ୭୪ ବର୍ଷର ହୋଇଥାନ୍ତି । କିନ୍ତୁ କରୋନା ଭାଇରସ ପାଇଁ କମ ବୟସର ଲୋକ ଷ୍ଟ୍ରୋକସର ଶିକାର ହେଉଛନ୍ତି ।

{"id":259913,"width":753,"height":423,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଆକ୍ରାନ୍ତଙ୍କ ମୁଣ୍ଡରୁ କ୍ଲଟ୍ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲେ ମଧ୍ୟ ହଠାତ ନୂଆ ନୂଆ କ୍ଲଟ୍ ତିଆରି ହେଇଯାଇଥିଲା । ଆମେରିକାର ଅନେକ ହସ୍ପିଟାଲରେ ଏହି ଷ୍ଟ୍ରୋକସର ଶିକାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ଆକ୍ରାନ୍ତଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା ।

ପୂର୍ବରୁ କରୋନା ଭାଇରସ ଶରୀର ଶ୍ୱାସତନ୍ତ୍ରକୁ ପ୍ରଭାବିତ କରୁଥିବା ଖବର ଆସିଥିଲା । କିନ୍ତୁ ନୂଆ ରିସର୍ଚ୍ଚରେ ଭାଇରସ ସମସ୍ତ ଅଙ୍ଗକୁ ପ୍ରଭାବିତ କରିପାରେ ବୋଲି ସୂଚନା ମିଳୁଛି । ଯାହାକୁ ଡାକ୍ତରମାନେ ମଧ୍ୟ ବୁଝିବା କଷ୍ଟକର ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.