Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

୨୦ରୁ ୩୦% ଲୋକ ହରାଇସାରିଲେଣି ଆଣ୍ଟିବଡି, ରହିଛି ପୁନଃ ସଂକ୍ରମଣ ବିପଦ

11/04/2021 at 9:01 AM

ମୁମ୍ବାଇ, ୧୧।୦୪:   ଦେଶର କରୋନା ଭାଇରସ ମାମଲା ପ୍ରତିଦିନ ବଢିବାରେ ଲାଗିଛି । ଅନେକ ସହରରେ ସ୍ଥିତି ସଙ୍ଗୀନ ରହିଛି । ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ଦୈନିକ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ କେତେ ଦିନ ଯାଏଁ ଶରୀରରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧଖ ଶକ୍ତି ରହିପାରେ ବୋଲି ପ୍ରଶ୍ନ ମଧ୍ୟ ଉଠୁଛି ।

ଇନଷ୍ଟିଚ୍ୟୁଟ୍ ଅପ୍ ଜିନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟେଡ୍ ବାୟେଲୋଜି ତରଫରୁ ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, କରୋନା ଭାଇରସ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ । କିନ୍ତୁ ୬ ମାସ ପରେ ଶରୀରରେ ଏହି ଶକ୍ତି ହ୍ରାସ ପାଇଥାଏ ।

ଆଇଜିଆଇବିର ନିର୍ଦ୍ଦେଶକ ଡାକ୍ତର ଅନୁରାଗ ଅଗ୍ରଓ୍ୱାଲ କହିଛନ୍ତି ଯେ, ୨୦ରୁ ୩୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ଗବେଷଣାରୁ ସାମ୍ନାକୁ ଆସିଛି ।ଏହା ସେତେବେଳେ ହୋଇଛି ଯେତେବେଳେ ସେମାନେ ସେରୋ ପଜିଟିଭ୍ ଥିଲେ । ଫଳରେ ମୁମ୍ବାଇ ଭଳି ସହରରେ ଅଧିକ ଲୋକ ସେରୋ ପଜିଟିଭ୍ ଥିଲେ ମଧ୍ୟ ସଂକ୍ରମଣ ବଢିଛି ।

ଏହି ଗବେଷଣା ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର କେତେଦିନ ଯାଏଣ ରହିବ କେହି ଜାଣନ୍ତି ନାହିଁ । ଏବେବି ଗବେଷଣା ଜାରି ରହିଛି । ଏହି ସମୟରେ ଏପରି ଅନେକ ଭାକସିନ୍ ଅଛି ଯାହା ସଂକ୍ରମଣ ସହ ଲଢିବା ସହ ମୃତ୍ୟୁ ଆଶଙ୍କାକୁ କମ୍ କରିଥାଏ ।

ଗବେଷକମାନେ ଆହୁରି କହିଛନ୍ତି ଯେ, ମୁମ୍ବାଇ ଭଳି ବଡ ସହରରେ ଅଧିକ ଲୋକ ସେରୋ ପଜିଟିଭ୍ ଅଟନ୍ତି । ଏହା ସତ୍ତ୍ୱେ ଅଧିକରୁ ଅଧିକ କେସ୍ ସାମ୍ନାକୁ ଆସୁଛି । ଆଇଜିଆଇବିର ବରିଷ୍ଠ ବୈଜ୍ଞାନିକ ଡା. ଶାନ୍ତୁନୁ ଗୁପ୍ତା କହିଛନ୍ତି ଯେ, ସିଏସଆଇଆରର ଲ୍ୟାବରେ ସେରୋ ସର୍ଭେ କରାଯାଇଥିଲା । ଏହାମଧ୍ୟରୁ ୧୦ ପ୍ରତିଶତଙ୍କଠାରେ ଆଣ୍ଟିବଡି ଠାବ ହୋଇଥିଲା । ଏମାନଙ୍କ ଉପରେ ୩ରୁ ୬ ମାସ ନଜର ରଖାଯାଇଥିଲା ବୋଲି ସେ କହିଛନ୍ତି ।

   Related Posts