ଅସୁରକ୍ଷିତ ବୟସ୍କ ! କଟକ ବେଲେଶ୍ବରରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ

Published By : Prameya-News7 Bureau | December 14, 2019 IST

କଟକ ୧୪/୧୨: କଟକ ବେଲେଶ୍ବର ନ୍ୟୁ କଲୋନୀରେ ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ଖିଅ ଖୋଜୁଛି ପୋଲିସ । ଏପଟେ ଏହି ଘଟଣା ପରେ ବୟସ୍କଙ୍କ ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ । ଘଟଣାସ୍ଥଳକୁ ଦେଖିଲେ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

{"id":197542,"sizeSlug":"large"}

ତେବେ କିଏ କାହିଁକି ବୃଦ୍ଧ ଦମ୍ପତିଙ୍କୁ ହତ୍ୟାକଲା ସେ ନେଇ ପୋଲିସ ଖୋଳତାଡ କରୁଥିବାବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ମୃତ ଦମ୍ପତିଙ୍କର ୫ ଝିଅ ଏବଂ ଗୋଟିଏ ପୁଅ, ସମସ୍ତେ ବାହାରେ ରୁହନ୍ତି । ମୃତ ଦମ୍ପତି ବେଲେଶ୍ବରରେ ଏକା ରହୁଥିବାବେଳେ , ଜଣେ ମହିଳା ତାଙ୍କ ଘରେ କାମ କରୁଥିଲେ । ତେବେ ସିଏ ବି ଗତ କିଛି ଦନ ହେବ କାମକୁ ଆସିନାହାନ୍ତି ।

{"id":197543,"sizeSlug":"large"}

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତାଙ୍କ ଘରେ କିଛି ଶ୍ରମିକ ଶ୍ରେଣୀର ଲୋକ ଭଡାରେ ରହୁଥିଲେ । ଯେଉଁମାନଙ୍କୁ ଘର ଛାଡିବାଲାଗି ନିକଟରେ ତାଗିଦ୍ କରିଥିଲେ ଶ୍ରୀନାଥ ସାମଲ । ତେଣୁ ତାକୁ କେନ୍ଦ୍ର କରି ହୁଏତ କିଛି ହୋଇଥାଇ ପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି । ତେବେ ଏହି ଘଟଣା ପରେ ଟୁଇନ ସିଟିରେ ଏକା ରହୁଥିବା ବୟସ୍କ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

{"id":197545,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.