Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଚେନ୍ନାଇରୁ ଫେରୁଛନ୍ତି ଅନେକ ଓଡିଆ ! ସମସ୍ତେ ଡଙ୍ଗାରେ ଆସୁଛନ୍ତି, ସୂଚନା ମିଳିବା ପରେ ପୋଲିସ-ପ୍ରଶାସନ ସଜାଗ

25/04/2020 at 1:14 PM

ବ୍ରହ୍ମପୁର ୨୫।୦୪: ଚେନ୍ନାଇରୁ ଫେରୁଛନ୍ତି ଅନେକ ଓଡିଆ । ଜଳପଥରେ ଡଙ୍ଗାରେ ଫେରୁଥିବାର ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ ପଲାସା ନିକଟରେ ପହଞ୍ଚିଥିବା ଖବର ମିଳିଛି । ଅପରାହ୍ନ ୪ଟା ସୁଦ୍ଧା ଓଡିଶା- ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ପାତି ସୋନପୁର ସମୁଦ୍ର କୂଳରେ ପହଞ୍ଚିବା ଅନୁମାନ କରାଯାଉଛି । ଗଞାମ ଜିଲ୍ଲା ପ୍ରଶାସନ ଏ ନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି ।

ସେହିପରି କିଛି ଦିନ ତଳେ ଓଡିଶାର ୧୦ ଜଣ ଓ ଆନ୍ଧ୍ରପ୍ରଦେଶର ୧୭ ଜଣ ମୋଟ୍ ୨୭ ଜଣ ଜଳ ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଆସି ଓଡ଼ିଶାରେ ପହଁଞ୍ଚିଥିଲେ । ଓଡିଶାରେ ପହଞ୍ଚିବା ପରେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ୍ ପୋଲିସ୍ ସମସ୍ତଙ୍କୁ ଧରି ପୁସ୍ତପୁର ନୋଡାଲ ସ୍କୁଲରେ କ୍ବାରେଣ୍ଟାଇନ୍‌ରେ ରଖିଥିବା ସୂଚନା ମିଳିଥିଲା । ୧୦ ଜଣ ଓଡିଆଙ୍କ ମଧ୍ୟରୁ ୯ ଜଣ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ୍ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ବୋଲି ସୂଚନା ମିଳିଥିଲା । ସେହିପରି ଆଜି ଜଳପଥ ଦେଇ ଓଡିଶା ଆସୁଥିବା ଓଡିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ ।

   Related Posts