Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସଂରକ୍ଷିତ ଜଙ୍ଗଲରେ ଚାଲିଛି ବେଧଡ଼କ ଗଛ କଟା, ଚୁପ୍ ବସିଛି ବନବିଭାଗ

3/09/2020 at 12:20 PM

ପାଟଣା ୦୩।୦୯:  ସଂରକ୍ଷିତ ଜଙ୍ଗଲରେ ଚାଲିଛି ବେଧଡ଼କ ଗଛ କଟା । ଜଙ୍ଗଲ ଭିତରୁ ପ୍ରାୟ ୫ଶହରୁ ଅଧିକ ମୁଲ୍ୟବାନ ଗଛ କଟାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ଚାଲିଛି ଗଛକଟା ।

କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଅଟେଇ  ସଂରକ୍ଷିତ ଜଙ୍ଗଲର ତଣ୍ଡବିଟ ଅଧୀନ ପିଛୁଳାବେଡା ଗାଁ ନିକଟରେ ଜଙ୍ଗଲର ରହିଛି ।  ଜଙ୍ଗଲ ଭିତରେ ୪ ଏକର ପରିସୀମାରୁ ପାଖାପାଖି ୫୦୦ ରୁ ଅଧିକ ଶାଳ,କୁସୁମ, ମହୁଲ, ଧଳା  ଆଦି ମୂଲ୍ୟବାନ ଗଛକୁ ଜଙ୍ଗଲ ମାଫିଆ ମାନେ କାଟି ପକାଇଛନ୍ତି। ତେବେ  କିଏ କାହିଁକି କୋଉ ଉଦ୍ଦେଶ୍ୟରେ  ଘଞ୍ଚ  ଜଙ୍ଗଲ ମଧ୍ୟରୁ ଏତେ ପରିମାଣର ଗଛ ଗୁଡିକୁ କାଟିଛି । ତାହା ତଦନ୍ତ ସାପେକ୍ଷ ଥିବା ବେଳେ ବନ ବିଭାଗ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଏକା ସାଙ୍ଗରେ ଏତେ ଗୁଡିଏ ଗଛ କାଟିବା । ଏକାଧିକ ଲୋକଙ୍କ ଦ୍ୱାରା ଦିନ ଦିନ ଧରି କାଟିଥିବା ଜଣା ପଡୁଥିବା ବେଳେ କିଏ ଏସବୁ ଗଛ କାଟିଛି ।  ସେନେଇ ସ୍ଥାନୀୟ ଲୋକେ ଓ ବନବିଭାଗ ମୁହଁ ଖୋଲୁନଥିବା ବେଳେ ଗାଁ ଜଙ୍ଗଲ କମିଟି ସଭାପତି ପ୍ରତାପ ମହାକୁଡ଼ ଏହା ପଛରେ ପ୍ରଭାବଶାଳୀ ଲୋକ ହାତ ରହିଥିବା ସନ୍ଦେହ କରିଛନ୍ତି । ଦୋଷୀଙ୍କୁ ଧରି ଦଣ୍ଡ ଦେବାକୁ ଦାବି ମଧ୍ୟ କରିଛନ୍ତି ।

ପରିବେଶ ସୁନ୍ଦର ରଖିବା ପାଇଁ ସରକାର ଗଛ ଲଗାଇବାକୁ ଗୁରୁତ୍ୱ ଦେଇଥିବା ବେଳେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏତେ ମାତ୍ରାରେ ଗଛ କଟା ଯିବା ଘଟଣା ଗ୍ରାମବାସୀଙ୍କୁ ଚକିତ କରିଛି । ସେହିପରି ପରିବେଶ ବିତ୍‌ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି। ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ ପ୍ରତିକ୍ରିୟା ନେବାକୁ କୌଣସି ଉତ୍ତର ମିଳିନାହିଁ ।  ଏଥି ପ୍ରତି ଦୃଷ୍ଟି ଦେଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

   Related Posts